LIVE TV

ଶୀତରେ ଥରୁଛି ସାରା ରାଜ୍ୟ : ୬.୫ ଡିଗ୍ରୀକୁ ଖସିଲା ସେମିଳିଗୁଡ଼ା ପାରଦ, ୧୦ ଡିଗ୍ରୀ ତଳେ ୧୨ସହର

NEWS7
11-odisha-dist-join-congress-meet-with-niranjan-pattnaik

ଭୁବନେଶ୍ୱର ୧୬।୧୧ : ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ। ରବିବାର ରାତିରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳରେ ଶୀତ ଲହରୀ ବହିପାରେ । ପାଣିପାଗ ବିଭାଗ ଶୀତକୁ ନେଇ ଏହି ପୂର୍ବାନୁମାନ କରିଛି । ଆକଳନ ଅନୁସାରେ, ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ରାତି ତାପମାତ୍ରା ଖସିବା ସହ ଥଣ୍ଡା ଅନୁଭବ ହେବ । ଭୁବନେଶ୍ୱର ଓ କଟକରେ ପାରଦ ୧୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେମିଳିଗୁଡ଼ା ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୬.୫ ଡିଗ୍ରୀକୁ ଖସିଥିଲା । ଦାରିଙ୍ଗବାଡ଼ି ଓ ଜି ଉଦୟଗିରିରେ ୮ ଡିଗ୍ରୀ, ଫୁଲବାଣୀରେ ୯.୫ ଡିଗ୍ରୀ, ରାଉରକେଲାରେ ୧୦.୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୦.୩ ଡିଗ୍ରୀ, ଅନୁଗୁଳରେ ୧୦.୬, ଚିପିଲିମାରେ ୧୦.୮, କିରେଇ ଓ କୋରାପୁଟରେ ୧୧.୩, ଭବାନୀପାଟଣାରେ ୧୧.୫ ଓ କେନ୍ଦୁଝରରେ ରାତି ତାପମାତ୍ରା ୧୧.୬ ଡିଗ୍ରୀ ରେକର୍ଡ ହୋଇଛି ।

ମୋଟ ୧୦ଟି ସହରରେ ପାରଦ ୧୨ ଡିଗ୍ରୀ ତଳକୁ ଖସିଥିଲା । ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍ ରହିଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୬ ଡିଗ୍ରୀ ଖସିଛି । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୪.୮ ଡିଗ୍ରୀ କମ୍ ରହିଥିଲା । କଟକରେ ସ୍ୱାଭାବିକଠାରୁ ୪.୩ ଡିଗ୍ରୀ କମ୍ ରେକର୍ଡ ହୋଇଛି ।