ମୋତେ ପାଠ ଦେ, ବୁଦ୍ଧି ଦେ.. ମୋ ବାପା-ମାଆଙ୍କୁ ଭଲରେ ରଖ.. ହୁଣ୍ଡିରୁ ମିଳିଲା ମା’ ତାରାତାରିଣୀଙ୍କ ଉଦ୍ଦେଶ୍ୟରେ କୁନି ଭକ୍ତର ଚିଠି

NEWS7
11-odisha-dist-join-congress-meet-with-niranjan-pattnaik

ବ୍ରହ୍ମପୁର ୮।୨: ଖୋଲିଲା ମା’ ତାରାତାରିଣୀ ମନ୍ଦିର ହୁଣ୍ଡି । ହୁଣ୍ଡିରୁ ମିଳିଲା ଚିଠି । ମା’ଙ୍କୁ ପୁଅ ଲେଖିଛି ଚିଠି । ଚିଠିରେ ମା’ଙ୍କୁ ନିଜ ଦୁଃଖ ଜଣେଇଛି କୁନି ଭକ୍ତ l

ଏ ଖବର ବି ପଢନ୍ତୁ:- ପ୍ୟାଭିଲିୟନ ଫେରୁଥିଲେ ଜଣଙ୍କ ପରେ ଜଣେ ବ୍ୟାଟର୍, କିନ୍ତୁ ଗମ୍ଭୀରଙ୍କ ଗୋଟିଏ କଥା ବଦଳାଇ ଦେଲା ସବୁ କିଛି​​​​​​​

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିରରେ ଥିବା ହୁଣ୍ଡିକୁ ମନ୍ଦିର ପରିଚାଳନା କମିଟି, ଜିଲ୍ଲା ପ୍ରଶାସନ, ପୋଲିସ ଓ ସେବାୟତଙ୍କ ଉପସ୍ଥିତିରେ ଖୋଲା ଯାଇଛି । ସମସ୍ତଙ୍କ ଉପସ୍ଥିତିରେ ସକାଳୁ ହୁଣ୍ଡିକୁ ଖୋଲାଯାଇଛି । ଚାରି ମାସ ପରେ ମନ୍ଦିରର ହୁଣ୍ଡି ଖୋଲାଯାଇଛି । ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଦାୟିତ୍ୱ ନେବା ପରେ ମା’ଙ୍କ ହୁଣ୍ଡିକୁ ଖୋଲାଯାଇଛି । ହୁଣ୍ଡିରୁ ଟଙ୍କା, ସୁନା, ରୁପା ଓ ବିଦେଶୀ ଟଙ୍କା ମଧ୍ୟ ବାହାରିଛି । ହୁଣ୍ଡିରୁ କାନାଡିଆନ ଡଲାର ମିଳିଥିବା ବେଳେ ମା’ ତାରାତାରିଣୀଙ୍କ ଉଦ୍ଦେଶ୍ୟରେ କୁନି ଭକ୍ତର ଚିଠି ମଧ୍ୟ ମିଳିଥିବା ଦେଖିବାକୁ ମିଳିଛି । ଚିଠିରେ କୁନି ଭକ୍ତଟି ନିଜକୁ ସଦବୁଦ୍ଧି ଦେବାକୁ ଲେଖିବା ସହ ନିଜ ଭାଇ, ମା’ ଓ ବାପାଙ୍କୁ ଭଲର ରଖିବା ସହ ତାଙ୍କ ଶତ୍ରୁଙ୍କୁ ତାଙ୍କ ନିକଟରୁ ହଟାଇବା ଲାଗି ଲେଖିଛନ୍ତି । ହୁଣ୍ଡିରୁ ବାହାରିଥିବା ଟଙ୍କା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ଗଣତି ଚାଲୁ ରହିଛି ।

ଏ ଖବର ବି ପଢନ୍ତୁ:- ପରୀକ୍ଷା ସୁପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ସତର୍କ ଏବଂ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ