Pakistan debt crisis: ଏୟାରଲାଇନ୍ ପରେ ସେନାର ଫୌଜି ପାଉଣ୍ଡେସନର ଶେୟାର ବିକିବ ପାକିସ୍ତାନ: କନ୍ଦାଉଛି ଋଣ ଭାର

NEWS7
100-people-fall-sick-after-eating-pani-puri

ଇସ୍ଲାମାବାଦ: Pakistan to sell Fauji Foundation କିଛିଦିନ ତଳେ ବାଂଲାଦେଶ ସହ ମିଶି ଭାରତ ଉପରେ ଆଟାକ୍ କରିବାକୁ ଧମକ ଦେଉଥିବା ପାକିସ୍ତାନର ଅବସ୍ଥା ଏବେ ଶୋଚନୀୟ। ନିକଟରେ ଏୟାରଲାଇନ୍ସ ବିକ୍ରି କରିଥିବା ପାକ୍  ଏବେ ସେନା ପ୍ରତିଷ୍ଠା କରିଥିବା ଫଉଜୀ ଫାଉଣ୍ଡେସନର ଅଂଶ ବିକ୍ରି କରିବାକୁ ଯାଉଛି। ଋଣ ସଙ୍କଟ ମଧ୍ୟରେ, ପାକିସ୍ତାନ ଫୌଜି ଫାଉଣ୍ଡେସନର ୧ ବିଲିୟନ ଡଲାର ମୂଲ୍ୟର ଅଂଶଧନ ସଂଯୁକ୍ତ ଆରବ ଏମିରେଟସକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ଏହା ବାଦ୍ ଏହି ଗଲ୍ଫ କଣ୍ଟ୍ରି ପାକିସ୍ତାନକୁ ୨ ବିଲିୟନ ଡଲାର ମୂଲ୍ୟର ଋଣ ପ୍ରଦାନ କରିବାର ସମ୍ଭାବନା ବି ରହିଛି।

ଏହି ଚୁକ୍ତି ନଗଦ ସଙ୍କଟରେ ପଡ଼ିଥିବା ଦେଶକୁ ଅତ୍ୟନ୍ତ ଆବଶ୍ୟକୀୟ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। କାରଣ ବର୍ତ୍ତମାନ ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ବେଲଆଉଟ୍ ପ୍ୟାକେଜ ପାଇବା ପାଇଁ ସ୍ଥିର କରାଯାଇଥିବା ସର୍ତ୍ତାବଳୀ ପୂରଣ କରିବାକୁ କରେଣ୍ଟ ଆକାଉଣ୍ଟ ଡେଫିସିଟ ପରିଚାଳନା କରିବା ଉଦ୍ୟମରେ ଲାଗିପଡ଼ିଛି। ସୂଚନା ଥାଉକି, ଫୌଜି ଫାଉଣ୍ଡେସନ, ବହୁବିଲିୟନ ଡଲାରର ଏକ ସଂଗଠନ, ଦେଶର ସବୁଠାରୁ ବଡ଼ ସଂସ୍ଥା ମଧ୍ୟରୁ ଗୋଟିଏ। ଏହାକୁ ପାକିସ୍ତାନ ସେନା ପ୍ରତିଷ୍ଠା କରିଥିଲା। ଏହାର ପରିଚାଳନା ଦାୟିତ୍ୱ ବି ସେନା ହାତରେ ଥିଲା।

ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର ଶନିବାର ଦିନ ଏନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଯଦି ଏହି ଅଂଶଧନଗୁଡ଼ିକୁ ଅଧିଗ୍ରହଣ କରିବା ପାଇଁ ୟୁଏଇ ସହିତ ଚୁକ୍ତି ହୁଏ, ତେବେ ଏହାର ପ୍ରକ୍ରିୟା ମାର୍ଚ୍ଚ ୩୧ ତାରିଖ ସୁଧା ଶେଷ ହୋଇଯିବ। ପାକିସ୍ତାନ ଉପରେ ପ୍ରବଳ ଋଣ ଥିବାରୁ ବର୍ତ୍ତମାନ ଏହି ଦେଶ ଋଣ  ଭାରରେ ବୁଡି ରହିଛି। 

ସରକାରୀ ତଥ୍ୟ ଅନୁଯାୟୀ, ଜୁନ୍ ୨୦୨୫ ସୁଦ୍ଧା ପାକିସ୍ତାନର ମୋଟ ବାହ୍ୟ ଋଣ ୯୧.୮ ବିଲିୟନ ଡଲାର ଥିଲା। ସେହିପରି ମୋଟ ସରକାରୀ ଋଣ ଦେଖିଲେ ଏହା ପ୍ରାୟ ୨୮୬.୮ ବିଲିୟନ ଡଲାର ରହିଛି। ଆଇଏମ୍ଏଫ୍ ଅନୁଯାୟୀ ପାକିସ୍ତାନର ଅର୍ଥନୀତିର ଆକାର ପ୍ରାୟ ୪୧୦ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି।

ପାକିସ୍ତାନ ବର୍ତ୍ତମାନ ଦୁଇଟି କାର୍ଯ୍ୟକ୍ରମ ଅଧୀନରେ ଆଇଏମଏଫ୍ ସହାୟତା ପାଉଛି। ଗୋଟିଏ ୭ ବିଲିୟନ ଡଲାରର ଏକ୍ସଟେଣ୍ଡେଡ୍ ଫଣ୍ଡ ଫାସିଲିଟି (EFF) ଏବଂ ଆଉ ଗୋଟିଏ ହେଲା ୧.୩ ବିଲିୟନ ଡଲାର ମୂଲ୍ୟର ରେଜିଲିଏନ୍ସଆଣ୍ଡ ସସ୍‌ଷ୍ଟେନାବିଲିଟି ଫାସିଲିଟି( RSF)। ଯେଉଁଥିରେ ପାକିସ୍ତାନର ଆନ୍ତର୍ଜାତୀୟ ଆର୍ଥିକ ସହାୟତା ଉପରେ ନିରନ୍ତର ନିର୍ଭରଶୀଳତାକୁ ଦର୍ଶାଉଛି।