News7 Logo

ଆସୁଛି ଶହେ ଫୁଟ୍ ଉଚ୍ଚର ସୁନାମୀ, ଓରେଗନରେ ହିଟ୍ କରିବ ଡଜନେ ଭୂମିକଂପ

NEWS7
tsunami

ନୂଆଦିଲ୍ଲୀ୧୦/୯: ମାଡି ଆସୁଛି ଶହେ ଫୁଟ୍‌ ଉଚ୍ଚତାର ବିରାଟ ସୁନାମୀ । ପଶ୍ଚିମ ୟୁଏସ୍‌ର ସହର ଓରେଗନରେ ହିଟ୍‌ କରିପାରେ ଡଜନେ ଭୂମିକଂପ । ୯ ତୀବ୍ରତାର ଭୂମିକଂପ ଆଶଙ୍କା ବୃଦ୍ଧିପାଇଛି । ଗତ ୧୨ ଘଣ୍ଟା ମଧ୍ୟରେ ଓରେଗନ ଉପକୂଳରେ  ଅନେକ ଥର ଭୂମିକଂପ ହୋଇଥିବା ସୂଚନା ମିଳିଛି । ଯାହା ଏକ ବଡ ଭୂମିକଂପ ପାଇଁ ସତର୍କ ସଂକେତ ହୋଇପାରେ ।ସୋମବାର ବିଳମ୍ବିତ ରାତିରେ ଏକ ଜଡନରୁ ଅଧିକ ଭୂମିକଂପ ହୋଇଥିବା ଚିହ୍ନଟ କରିଛି ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ (USGS) । ପ୍ରଥମଟି ୫.୮ ତୀବ୍ରତାର ଭୂମିକଂପ ଥିଲା ପରେ ୨.୫ ତୀବ୍ରତାରୁ ଅଧିକ ଝଟ୍‌କା ଲାଗିଥିଲା । ଏହାର କେନ୍ଦ୍ର ସ୍ଥଳ କାସ୍କାଡିଆ ସବଡସ୍କନ ଜୋନ୍‌ ଚିହ୍ନଟ କରାଯାଇଛି । ଏହା ଏକ ପ୍ରମୁଖ ଭୂକଂପ କ୍ଷେତ୍ର ଯାହା ବଡ ଭୂମିକଂପ ଆଣିପାରେ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ ।

କାସ୍କାଡିଆ ଜୋନ୍‌  ଉତ୍ତର ଆମେରିକାର ପ୍ରଶାନ୍ତ ମହାସାଗରୀୟ ଉପକୂଳରୁ ୧,୦୦୦ କିଲୋମିଟର ଦୂର, ଉତ୍ତର ଭାନକୁଭର ଦ୍ବୀପରୁ ଉତ୍ତର କାର୍ଲିଫର୍ଣ୍ଣିଆ ଯାଏ ବ୍ୟାପିଛି । ବିଶେଷଜ୍ଞମାନେ ପୂର୍ବରୁ ଚେତାବନୀ ଦେଇଛନ୍ତି ଯେ କାସ୍କାଡିଆ ଜୋନ୍‌ ୯ ତୀବ୍ରତାର ଭୂମିକଂପ ସୃଷ୍ଟି କରିପାରେ । ଯାହା ଉତ୍ତର ପଶ୍ଚିମ ଆମେରିକାର ଉପକୂଳକୁ ଥରାଇପାରେ । ଯଦି କାସକାଡିଆ ଫଲ୍ଟ ବନ୍ଦ ହୋଇଯାଏ ତେବେ ବିପୁଳ ପରିମାଣର ଶକ୍ତି ନିର୍ଗତ ହୋଇପାରେ ଯାହା ୯ ତୀବ୍ରତା ବିଶିଷ୍ଟ ଭୂମିକଂପ ସୃଷ୍ଟି କରିପାରେ । ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯଦି ଏପରି ଭୂମିକଂପ ଏହି ସ୍ଥାନକୁ ହିଟ୍‌ କରେ ତେବେ ଶହେ ଫୁଟ୍‌ର ମେଗା ସୁନାମୀ ଆସିବ । ତୁରନ୍ତ ଏହା ଉପକୂଳର ପ୍ରାୟ ୮ ଫୁଟ୍‌ ଅଞ୍ଚଳକୁ ବୁଡାଇଦେବ ଓ ଧିରେ ଧିରେ ଅନ୍ୟାନ୍ୟ ଅଞ୍ଚଳଗୁଡିକ ମଧ୍ୟ ପାଣିରେ ବୁଡିଯିବ ।

ଭର୍ଜିନିଆ ଟେକ୍‌ର ଗବେଷକଙ୍କ ନେତୃତ୍ବରେ ଏକ ଅନ୍ତର୍ଜାତୀୟ ଟିମ୍‌ ପ୍ରୋସିଡିଂ ଅଫ୍‌ ଦି ନ୍ୟାସନାଲ୍‌ ଏକାଡେମୀ ଅଫ୍‌ ସାଇନ୍ସେସରେ ପ୍ରକାଶିତ ଏକ ଅଧ୍ୟୟନରେ ଏହି ଚେତାବନୀ ଦିଆଯାଇଛି । ଟିମ୍‌ର ପ୍ରମୁଖ ଲେଖକ ପ୍ରଫେସର ଟିନା ଡୁରା କହିଛନ୍ତି ଏହା ଆମେରିକା ପାଇଁ ନିଶ୍ଚି ଭାବରେ ଅତି ବିପର୍ଯ୍ୟୟ ଘଟଣା ହେବାକୁ ଯାଉଛି । ସୁନାମୀ ଆସିବ ଓ ଏହା ବିନାଶକାରୀ ହେବ । ଏହି ଅଧ୍ୟୟନ ଅନୁସାରେ ବିପଦପୂର୍ଣ୍ଣ ସ୍ଥାନ ତାଲିକାରେ ସବୁଠୁ ଆଗରେ ରହିଛି ଓରେଗନ୍‌ । ଏହା କାନାଡାର ଉତ୍ତର ଭାନକୁଭର ଦ୍ବୀପ, ଆମେରିକାର ପଶ୍ଚିମ ଉପକୂଳର ଦକ୍ଷିଣ ଅଂଶ ,ୱାଶିଂଟନ,ଓରେଗନ ଓ କାଲିଫର୍ଣ୍ଣିଆ ଉପକୂଳରେ ଆଘାତ କରିବ । ଫେଡେରାଲ ଜରୁରୀକାଳୀନ ପରିଚାଳନା ସଂସ୍ଥା FEMA ପକ୍ଷରୁ ଆଉ ଏକ ଚେତାବନୀ ଦିଆଯାଇଛି କାସ୍କାଡିଆରେ ହେବାକୁ ଥିବା ପରବର୍ତ୍ତୀ ଭୂମିକଂପରେ ୫ହଜାର ୮ଶହ ଲୋକଙ୍କ ମୃତ୍ୟୁ ହୋଇପାରେ । ସେହିପରି ୧ଲକ୍ଷ ଲୋକ ଆହତ ହୋଇପାରନ୍ତି । କେବଳ ସୁନାମୀରେ ୮ହଜାର ଲୋକଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି । ଆର୍ଥିକ କ୍ଷତି ୩୪ ବିଲିୟନ ହେବ ।