ଭଦ୍ରକ: ସାରା ରାଜ୍ୟ ପଣା ସଂକ୍ରାନ୍ତି ପାଇଁ ଉତ୍ସବ ମୁଖର ରହିଥିବାବେଳେ ଭଦ୍ରକରୁ ଆସିଛି ଏକ ଦୁଃଖଦ ଘଟଣା। ରବିବାର ପଣା ସଂକ୍ରାନ୍ତିରେ ଭଦ୍ରକରେ ଖେଳିଯାଇଛି ଶୋକର ମାହୋଲ। ଏଠାରେ ପାଟୁଆ ଯାତ୍ରା ସମୟରେ କରେଣ୍ଟ ଲାଗି ୨ ଜଣକ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ରବିବାର ପଣା ସଂକ୍ରାନ୍ତି ଅବସରରେ ଭଦ୍ରକ ତିହିଡି ଥାନା ହାଟୁଆରିରେ ପାଟୁଆ ଯାତ୍ରା ଚାଲିଥିଲା। ଯାତ୍ରାରେ ଏକ ଡିଜେ ଗାଡ଼ି ଏହାର ପ୍ରୋସେସନ କରୁଥିଲା। ହେଲେ ଏହି ସମୟରେ ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲେ ଡିଜେ ଗାଡ଼ି। ଫଳରେ ଏହା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ। ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣା ପରେ ଭଦ୍ରକରେ ଖେଳିଯାଇଛି ଶୋକର ଛାୟା। କାନ୍ଦବୋବାଳିରେ ଫାଟିପଡ଼ୁଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ସେପଟେ ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।