ନୂଆଦିଲ୍ଲୀ – ବଲିଉଡ୍ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ସାଂସଦ କଙ୍ଗନା ରଣାୱତଙ୍କୁ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ବଡ଼ ଝଟକା ଦେଇଛନ୍ତି। କୃଷକ ଆନ୍ଦୋଳନରେ ଜଣେ ବୟସ୍କ ମହିଳାଙ୍କ ଉପରେ ଟଙ୍କା ନେଇ ବିରୋଧ ପ୍ରଦର୍ଶନରେ ସାମିଲ ହେବାରେ ପୀଡ଼ିତ ମହିଳା ମହିନ୍ଦର କୌର , କଙ୍ଗନାଙ୍କ ବିରୋଧରେ ବଠିଣ୍ଡା କୋର୍ଟରେ ମାନହାନି ଅଭିଯୋଗ ରୁଜୁ କରାଇ ଥିଲେ। କଙ୍ଗନା ଏହି ଅଭିଯୋଗକୁ ରଦ୍ଦ କରିବା ପଇଁ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟରେ ପିଟିସନ ଦାଏର କରିଥିଲେ, ଯାହାକୁ ହାଇକୋର୍ଟ ଖାରଜ କରିଦେଇଛି। ଜଷ୍ଟସ୍ ତ୍ରିଭୁବନ ଦହିଆଙ୍କର ଏକକ ପୀଠ ସ୍ପଷ୍ଟ କରିଛନ୍ତି ଯେ, ପ୍ରଥମ ଦୃଷ୍ଟିରୁ କଙ୍ଗନା ରଣାୱତଙ୍କ ବିରୋଧରେ ଧାରା ୪୯୯ ଓ ୫୦୦ ଆଇପିସି ଅନୁସାରେ ଅଭିଯୋଗ ହୋଇଛି ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଜାରି ସମନ ଆଦେଶ ଅଇନଗତ ।
ହାଇକୋର୍ଟଙ୍କ ଏହି ଆଦେଶ ପରେ ଏବେ ୨୦୨୧ରୁ ଅଟକି ଥିବା ଏହି ମାମଲାର ଟ୍ରାଏଲ ଏବେ ପୁଣି ଥରେ ଆରମ୍ଭ ହେବ। ମାମଲା ବଠିଣ୍ଡା ଜିଲ୍ଲା କୋର୍ଟରେ ହିଁ ଜାରି ରହିପାରିବ। ଏବେ କଙ୍ଗନାଙ୍କ ପାଖରେ କେବଳ ସୁପ୍ରିମକୋର୍ଟ ଯିବାର ବିକଳ୍ପ ବାକି ରହିଛି।
ଉକ୍ତ ମାମଲା ୨୦୨୧ ମସିହାର , ଯେତେବେଳେ କଙ୍ଗନା କୃଷକ ଆନ୍ଦୋଳନରେ ସାମିଲ ବଠିଣ୍ଡାର ଗାଁ ବହାଦୂରଗଡ଼ ଜଣ୍ଡିଆରେ ରହୁଥିବା ୮୭ ବର୍ଷିୟ ବୟସ୍କ ମହିଳା କୃଷକ ମହିନ୍ଦର କୌରଙ୍କୁ ୧୦୦-୧୦୦ ଟଙ୍କା ଲେଖାଏଁ ନେଇ ଧାରଣାରେ ସାମିଲ ହେଉଥିବା ମହିଳା କହି ଟ୍ୱିଟ୍ କରିଥିଲେ। କଙ୍ଗନା ଲେଖିଥିଲେ ଯେ ,ସେ ଏକ ଟ୍ୱିଟ୍କୁ ରିଟ୍ୱିଟ୍ କରି ଲେଖିଥିଲେ ଯେ, “ ହା ହା ହା ଇଏ ସେହି ଜେଜି ମାଆ ଯିଏ ଟାଇମ୍ ପତ୍ରିକାରେ ସବୁଠୁ ପ୍ରଭାବଶାଳୀ ଭାରତୀୟ ଭାବେ ଆସିଥିଲେ ’ ଏବଂ ସେ ୧୦୦ ଟଙ୍କାରେ ଉପଲବ୍ଧ । “
କଙ୍ଗନାଙ୍କ ଟ୍ୱିଟ୍ ପରେ ମହିନ୍ଦର କୌର ୪ ଜାନୁଆରୀ ୨୦୨୧ରେ ମାନହାନି କେସ୍ ଦାଏର କରିଥିଲେ। ୧୩ ମାସ ଧରି ଶୁଣାଣି ଚାଲିବା ପରେ ବଠିଣ୍ଡାର କୋର୍ଟ କଙ୍ଗନାଙ୍କୁ ସମନ ଜାରି କରି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଙ୍ଗନା ପଞ୍ଜାବ-ହରିଆଣା ହାଇକୋର୍ଟରେ ଆଶ୍ୱସ୍ତି ଆବେଦନ ଦାଏର କରିଥିଲେ , ଯାହାକୁ ଆଜି ଖାରଜ କରି ଦିଆ ଯାଇଛି।
ମଣ୍ଡି ସିଟ୍ରୁ ଲୋକସଭା ନିର୍ବାଚନ ଜିତିବା ପରେ କଙ୍ଗନାଙ୍କୁ ୬ ଜୁନ୍ରେ ଚଣ୍ଡିଗଡ଼ ଏୟାରପୋର୍ଟରେ ସିଆଇଏସଏଫ୍ର ମହିଳା କନଷ୍ଟେବଲ କୁଲବିନ୍ଦର କୌର ଚାପୁଡ଼ା ମାରିଥିଲେ । ମହିଳା କର୍ମଚାରୀ ଚାପୁଡା ମାରିବାର କାରଣ ମଧ୍ୟ କହିଥିଲେ। ସେ କହିଥିଲେ ଯେ, କଙ୍ଗନା ମହିଳା କୃଷକଙ୍କୁ ୧୦୦-୧୦୦ ଟଙ୍କା ନେଇ ଧାରଣାରେ ବସୁଥିବା ଲୋକ କହିଥିଲେ। ଯତେବେଳେ ସେ ଏହି ବିବୃତ୍ତି ଦେଇଥିଲେ ,ତ ମୋ ମାଆ ବି ସେଠାରେ ବସିଥିଲେ। ଏହି ଘଟଣା ପରେ ସଂପୃକ୍ତ ମହିଳା କନଷ୍ଟେବଳଙ୍କୁ ନିଲମ୍ୱିତ କରିଦିଆ ଯାଇଥିଲା। ପୁଲିସ ତାଙ୍କୁ ହେପାଜତକୁ ନେଇଥିଲା।