ପ୍ରେସ୍ ସ୍ୱାଧୀନତା ମାମଲାରେ ଭାରତର ସ୍ଥିତି ପାକିସ୍ତାନ ଏବଂ ସୁଡାନଠାରୁ ବି ଖରାପ: ରିପୋର୍ଟ

Published By : Prameya-News7 Bureau | May 03, 2024 IST

ନୂଆଦିଲ୍ଲୀ: ଆଜି ଅନ୍ତରାଷ୍ଟ୍ରୀୟ ପ୍ରେସ୍ ସ୍ୱାଧୀନତା ଦିବସ । ଏହି ଅବସରରେ ଭାରତ ସମେତ ସାରା ଦୁନିଆରେ ପ୍ରେସ୍ ସ୍ୱାଧୀନତାକୁ ନେଇ ଚର୍ଚ୍ଚା ହେଉଛି । ଏହାରି ଭିତରେ ରିପୋର୍ଟର୍ସ ୱିଥ୍ଆଉଟ୍ ବର୍ଡର ମୁକ୍ତ ସାମ୍ୱାଦିକତାକୁ ନେଇ ଇଣ୍ଟରନ୍ୟାସନାଲ ରାଙ୍କିଂ ଜାରି କରିଛି । ଏଥିରେ ମୋଟ ୧୮୦ ଦେଶଙ୍କୁ ସାମିଲ କରାଯାଇଛି । ଏହି ଲିଷ୍ଟର ପ୍ରଥମ ସ୍ଥାନରେ ୯୧.୮୯ ଗ୍ଲୋବାଲ୍ ସ୍କୋର୍ ସହ ନରୱେ ରହିଛି । ଏହାପରେ ଡନେମାର୍କ ୮୯.୬ ଗ୍ଲୋବାଲ୍ ସ୍କୋର୍ ସହ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ସ୍ୱୀଡେନ୍ ରହିଛି, ଯାହାର ଗ୍ଲୋବାଲ୍ ସ୍କୋର୍ ୮୮.୩୨ ରହିଛି । ଏହାପରେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଯଥାକ୍ରମେ ନେଦରଲାଣ୍ଡ ଏବଂ ଫିନଲାଣ୍ଡ ଅଛନ୍ତି, ଯାହାଙ୍କ ଗ୍ଲୋବାଲ ସ୍କୋର ୮୭.୭୩ ଏବଂ ୮୬.୫୫ ରହିଛି ।

ରିପୋର୍ଟ ଅନୁସାରେ ପ୍ରେସ୍ ସ୍ୱାଧୀନତା ମାମଲାରେ ଭାରତର ସ୍ଥିତି ପାକିସ୍ତାନ ଏବଂ ସୁଡାନଠାରୁ ଖରାପ ଅଛି । ରିପୋର୍ଟର୍ସ ୱିଥ୍‌ଆଉଟ୍ ବର୍ଡର ରାଙ୍କିଂ ଅନୁସାରେ ଭାରତ ଏହି ସୂଚୀରେ ୧୫୯ତମ ସ୍ଥାନରେ ଅଛି ଏବଂ ଏହାର ଗ୍ଲୋବାଲ୍ ସ୍କୋର ୩୧.୨୩ ରହିଛି । ପାକିସ୍ତାନର ସ୍କୋର ୩୩.୯ ପ୍ରତିଶତ ଏବଂ ଏହାର ରାଙ୍କ ୧୫୨ ରହିଛି । ଏହିପରି ପ୍ରେସ୍ ଫ୍ରିଡମ୍ ମାମଲାରେ ପାକିସ୍ତାନର ସ୍ଥିତି ଭାରତଠାରୁ ଭଲ ରହିଛି । ସେହିପରି ସୁଡାନ ୧୪୯ତମ ସ୍ଥାନରେ ରହିଛି, ଯାହାର ଗ୍ଲୋବାଲ ସ୍କୋର ୩୫.୭୩ ଅଛି ।  

ତେବେ ଏହି ଲିଷ୍ଟର ଶେଷ ସ୍ଥାନ ୧୮୦ରେ ଥିବା ଦେଶର ନାଁ ହେଉଛି ଇରିଟ୍ରିଆ । ଏହାର ଗ୍ଲୋବାଲ୍ ସ୍କୋର ୧୬.୬୪ ରହିଛି । ସିରିଆ ୧୭୯ତମ ସ୍ଥାନରେ ରହିଛି ଏବଂ ଏହାର ସ୍କୋର ୧୭.୪୧ ରହିଛି । ଯଦି ଆଫଗାନିସ୍ତାନ କଥା କହିବା ତେବେ ଏହି ଦେଶ ୧୭୮ତମ ସ୍ଥାନରେ ଅଛି ଏବଂ ଏହାର ଗ୍ଲୋବାଲ୍ ସ୍କୋର ୧୯.୦୯ ଅଛି । ସେହିପରି ଉତ୍ତର କୋରିଆ ଗ୍ଲୋବାର ସ୍କୋର ୨୦.୬୬ ସହ ୧୭୭ତମ ସ୍ଥାନରେ ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.