ଶୋ ରୁମ୍‌ ଉପରେ ଜିଏସଟି ବିଭାଗର ଚଢ଼ଉ, ଟ୍ୟାକ୍ସ ଫାଙ୍କିବା ନେଇ ରହିଛି ଅଭିଯୋଗ

Published By : Prameya-News7 Bureau | March 28, 2024 IST

ବଡ଼ବିଲ: ଜିଏସଟି ଫାଙ୍କିବା ଅଭିଯୋଗରେ ଶୋରୁମ୍‌ ଉପରେ ରେଡ୍‌। ଗୁରୁବାର ସନ୍ଧ୍ୟାରେ କେନ୍ଦୁଝର ଯୋଡ଼ା ବସଷ୍ଟାଣ୍ଡ ସ୍ଥିତ ରାଜ୍ ଫ୍ୟାସନ ଶୋ' ରୁମରେ ଜିଏସଟି  ଚଢ଼ଉ ହୋଉଛି।  ବଡ଼ବିଲର ସିଟି ଆଣ୍ଡ୍‌ ଜିଏସଟି ଏନାଫୋର୍ସମେଣ୍ଟ ୟୁନିଟ ଅଧିକାରୀମାନେ ଏହି ରେଡରେ ସାମିଲ ହୋଇଛନ୍ତି  ।

ଆହୁରି ମଧ୍ୟ ରାଜ ଫ୍ୟାସନର ମୟୂରଭଞ୍ଜ ଜିଲ୍ଲା, ବହଳଦା ସ୍ଥିତ ଶୋ' ରୁମରେ ରେଡ୍‌ ହୋଇଥିବା ସୂଚନା ରହିଛି । କମ୍ପ୍ୟୁଟର ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ଟିମ୍। ଯୋଡ଼ା ସହରରେ ଥିବା ରାଜ୍ ଫେଶନ ରେଡିମେଡ୍ ଗାର୍ମେଣ୍ଟସ୍‌ର ସବୁଠାରୁ ବଡ଼ ଶୋ' ରୁମ୍ । ଏହି ଚଢ଼ାଉରେ ୮/୧୦ ଜିଏସଟି ଅଧିକାରୀ, ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି। 

ସେପଟେ, ଗୁରୁବାର ବୌଦ୍ଧ ଗାନ୍ଧିଛକ ସ୍ଥିତ ଗୋପାଳ ଜୀ ଷ୍ଟୋର ଏବଂ ବାଲାଜୀ ଷ୍ଟୋରରେ ମଧ୍ୟ ବ୍ୟାପକ GST ଠକେଇ ଅଭିଯୋଗରେ ଚଢଉ କରିଛି ସମ୍ବଲପୁର CT & GST ବିଭାଗ। ଏହା ସହ ଏକକାଳୀନ ୪ ଟି ସ୍ଥାନରେ ଚଢ଼ଉ ଜାରି । ଦୁଇଟି ଦୋକାନ, ଗୋଦାମ ଓ ବାସସ୍ଥାନରେ ଚଢ଼ଉ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.