LIVE TV

ନେପାଳ ଦେଇ ଭାରତରେ ପ୍ରବେଶ କରିଥିବା ବିଦେଶୀ ମହିଳା ଗିରଫ, ମୁମ୍ବାଇରୁ ହୋଇଥିଲେ ନିର୍ବାସିତ

NEWS7
ମାଲକାନଗିରି-ଜିଲ୍ଲାରେ-ଲାଲ୍

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ଇଣ୍ଡୋ-ନେପାଳ ସୀମାରେ ସୌନୌଲୀ ଚେକପୋଷ୍ଟରେ ସୁରକ୍ଷା ବାହିନୀ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଇମିଗ୍ରେସନ ବିଭାଗ ଜଣେ ଉଜବେକିସ୍ତାନ ମହିଳାଙ୍କୁ ବିନା ଭିସାର ଭାରତରେ ଅବୈଧ ରୂପେ ପ୍ରବେଶ କରିବା ଅଭିଯୋଗରେ ଗିରଫ କରାଯାଇଛି।

ଗିରଫ ମହିଳାଙ୍କର ନାଁ ଉମିଦା ଜୋଇରୋଭା। ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ମୁତାବିକ , ଇମିଗ୍ରେସନ ବିଭାଗର ଅଧିକାରୀ ପ୍ରମୋଦ କୁମାର ଦୁବେଙ୍କ ଅନୁସାରେ , ଶୁକ୍ରବାର ସନ୍ଧ୍ୟାରେ ନିୟମିତ ଯାଞ୍ଚ ବେଳେ ଜଣେ ବିଦେଶୀ ମହିଳା ସଦିଗ୍ଧ ସ୍ଥିତିରେ ଉଦ୍ଧାର ହୋଇଛନ୍ତି। ଯାଞ୍ଚରେ ଜଣାପଡ଼ିଛି ଯେ, ତାଙ୍କ ପାଖରେ ଉଜବେକିସ୍ତାନର ପାସପୋର୍ଟ ତ ଅଛି, କିନ୍ତୁ ଭାରତୀୟ ଭିସା ନାହିଁ। ଏବେ ଅଧିକାରୀମାନେ ଆହୁରି ସୂଚନା ମାଗିବାରୁ ସେ ସନ୍ତୋଷଜନକ ଜବାବ ଦେଇ ପାରି ନାହାନ୍ତି।

ଯାଞ୍ଚ ବେଳେ ଏହି ଖୁଲାସା ହୋଇଛି ଯେ, ଉମିଦା ଜୋଇରୋଭଙ୍କୁ ପୂର୍ବରୁ ବି ମୁମ୍ୱାଇ ଏୟାରପୋର୍ଟରୁ ୨୨ ଫେବ୍ରୁଆରୀରେ ଡିପୋର୍ଟ କରାଯାଇ ଥିଲା ଏବଂ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲର (ଏଲଓସି) ଜାରି କରାଯାଇ ଥିଲା, ଯାହା ଅନୁସାରେ ତାଙ୍କର ଭାରତରେ ପୁନଃ ପ୍ରବେଶ ଉପରେ ପ୍ରତିବନ୍ଧକ ଥିଲା।

ଏହା ସତ୍ତ୍ୱେ ମହିଳା ପୁଣି ଥରେ ଭାରତରେ ପଶିବାକୁ ଚେଷ୍ଟା କରିଥିଲେ। ପଚରାପଚରିରେ ଉମିଦା ସ୍ୱୀକାର କରିଛନ୍ତି ଯେ ସେ ୨୨ ଅପ୍ରେଲରେ ନେପାଳ ରାସ୍ତାରେ ଭାରତରେ ଅବୈଧ ରୂପେ ଦାଖଲ ହୋଇଛି। ଇମିଗ୍ରେସନ ବିଭାଗ ତୁରନ୍ତ ସୋନୌଲି ପୁଲିସକୁ ଏହାର ସୂଚନା ଦେଇଛନ୍ତି, ଏହାପରେ ତାଙ୍କୁ ହେପାଜତକୁ ନେଇ ଆଗାମୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

ଥାନା ପ୍ରଭାରୀ ଅଜିତ ପ୍ରତାପ ସିଂହ କହିଛନ୍ତି ଯେ ଇଜବେକ ନାଗରିକଙ୍କ ବିରୋଧରେ ବିଦେଶୀ ଅଧିନିୟମ (ଫରେନର୍ସ ଆକ୍ଟ) ଅନୁସାରେ ମୋକଦମା ରୁଜୁ କରାଯାଇଛି ଏବଂ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଉଛି। ଏହାସହ ନେପାଳ ବର୍ଡରରୁ ବିଦେଶୀ ନାଗରିକଙ୍କ ଗତିବିଧି ବୃଦ୍ଧି ଉପରେ ସ୍ୱତନ୍ତ୍ର ଅନୁଧ୍ୟାନ ବୃଦ୍ଧି କରାଯାଇଛି। ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ ଭାରତ-ନେପାଳ ସୀମାରେ ବଢୁଥିବା ବିଦେଶୀ ଯାତାୟାତକୁ ଦେଖି ଯାଞ୍ଚକୁ ଆହୁରି ଦୃଢ କରାଯିବ।