ମୋକିମଙ୍କ ସପକ୍ଷରେ ବାହାରିଲେ ନିରଞ୍ଜନ, କହିଲେ ଦଳରେ ତାଙ୍କ ଭଳି ନେତାଙ୍କ ଆବଶ୍ୟକତା ରହିଛି

NEWS7
ଭାରସାମ୍ୟ-ହରାଇ-ଗଛରେ-ପିଟି-ହ

ଭୁବନେଶ୍ୱର ୧୫/୧୨: ମହମ୍ମଦ ମୋକିମଙ୍କ ସପକ୍ଷରେ ବାହାରିଲେ ପୂର୍ବତନ ପିସିସି ସଭାପତି । କଂଗ୍ରେସରୁ ମୋକିମଙ୍କ ବହିଷ୍କାର ପରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ନିରଞ୍ଜନ କହିଛନ୍ତି ମୋକିମଙ୍କ ଭଳିଆ ବ୍ୟକ୍ତି ଦଳରେ ଆବଶ୍ୟକତା ରହିଛି । ଦଳପ୍ରତି ମୋକିମଙ୍କ ଅବଦାନକୁ ଭୁଲି ହେବ ନାହିଁ । ଅଶାନ୍ତି ଦୂର କରିବା ପ୍ରଥମ କର୍ତ୍ତବ୍ୟ ରହିଥିଲା । କଂଗ୍ରେସ ନୀତି ଆଦର୍ଶରୁ ଦୂରେଇବା କଥା ସେ କହିନାହାନ୍ତି । ମୋକିମଙ୍କ ଭଳି ବ୍ୟକ୍ତିଙ୍କ ଦଳରେ ଆବଶ୍ୟକତା ଅଛି ବୋଲି କହିଛନ୍ତି କଂଗ୍ରେସ ନେତା । 

 

ସୂଚନା ଥାଉକି, ମୋକିମଙ୍କୁ ମହଙ୍ଗା ପଡିଛି କଂଗ୍ରେସ ହାଇକମାଣ୍ଡକୁ ଚିଠି ଲେଖିବା । କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା । ଏଥିରେ ଏଆଇସିସି ମୋହର ମାରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ  ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି । ମହମମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ ।