ଦିଲ୍ଲୀରେ ଆଉ ଏକ ବଡ଼ ସାଇବର ଠକେଇ, ମହିଳା ବ୍ୟବସାୟୀଙ୍କ ପାଖରୁ ଲୁଟି ନେଲେ ୭ କୋଟି ଟଙ୍କା

NEWS7
କଣ-ବାଛିବା-ପାଠ୍ୟକ୍ରମ-mudda-02-09-05-2018

ନୂଆଦିଲ୍ଲୀ: ସାଇବର ଠକମାନେ ଦିଲ୍ଲୀର ଗ୍ରେଟର କୈଳାସ ଏବଂ ଜିକେ ଅଞ୍ଚଳରେ ରହୁଥିବା ବୃଦ୍ଧ କୋଟିପତିଙ୍କ ଉପରେ ନଜର ରଖିଛନ୍ତି। ଏହି ଠକମାନେ ବିଚ୍ଛିନ୍ନ କଲୋନୀରେ ରହୁଥିବା ବୃଦ୍ଧମାନଙ୍କୁ ସହଜରେ ଭୟଭୀତ କରୁଛନ୍ତି ଏବଂ ଠକେଇ କରୁଛନ୍ତି।

ପାଞ୍ଚ ଦିନ ମଧ୍ୟରେ ସେମାନେ ଏହି ଅଞ୍ଚଳରେ ଦୁଇଟି ବଡ଼ ଅପରାଧ ଘଟାଇଛନ୍ତି । ସାଇବର ଠକ ୨୨ କୋଟି ଟଙ୍କା ଠକେଇ କରିଛନ୍ତି । ଉଭୟ ମାମଲାରେ ଧାରା ପ୍ରାୟ ସମାନ। ସେମାନେ ପ୍ରଥମେ ଡିଜିଟାଲ ଆରେଷ୍ଟ କରି ବୟସ୍କ ଲୋକମାନଙ୍କୁ ମିଛ ମାମଲାରେ ଫସାଇ ଦେବାକୁ ଧମକ ଦେଉଛନ୍ତି । ଏହା ପରେ ସେମାନଙ୍କ ପାଖରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ।

ଆଉ ଗୋଟିଏ ମାମଲା ଏବେ ସାମ୍ନାକୁ ଆସିଛି । ଗ୍ରେଟର କୈଳାସ ପାର୍ଟ-୧ରେ ରହୁଥିବା ଜଣେ ୭୦ ବର୍ଷୀୟା ମହିଳା ବ୍ୟବସାୟୀଙ୍କୁ ଡିଜିଟାଲ ଆରେଷ୍ଟ କରି ୭ କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଠକ । ପୀଡିତାଙ୍କ ଅଭିଯୋଗ ଆଧାରରେ ଜିକେ-୧ ପୋଲିସ ଷ୍ଟେସନ ଏକ ଏଫଆଇଆର ରୁଜୁ କରିଛି ।

‘ଜାତୀୟ ସୁରକ୍ଷା ମାମଲା’: ଆମେରିକା ଫେରନ୍ତା ଡାକ୍ତର ଦମ୍ପତିଙ୍କ ପାଖରୁ ଲୁଟି ନେଲେ ୧୫ କୋଟି ଟଙ୍କା

ପାଞ୍ଚ ଦିନ ପୂର୍ବରୁ ସିଆର ପାର୍କ ପୋଲିସ ଷ୍ଟେସନ ଅଞ୍ଚଳରେ ବିଦେଶ ଫେରନ୍ତା ଦମ୍ପତି ୧୮ ଦିନ ପାଇଁ ଡିଜିଟାଲ ଆରେଷ୍ଟ ହୋଇଥିଲେ । ସେମାନଙ୍କ ପାଖରୁ ୧୫ କୋଟି ଟଙ୍କା ଠକି ନେଇଥିଲେ ସାଇବର ଠକ। ଦମ୍ପତିଙ୍କ ପାଖରୁ ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ଏହି ଟଙ୍କା ଆଦାୟ କରିଥିଲେ ବଦମାସ୍ । ନିଜକୁ ପୋଲିସ ବୋଲି ପରିଚୟ ଦେଇ ସେମାନେ ବୟସ୍କମାନଙ୍କୁ ଭୟଭୀତ କଛନ୍ତି ଏବଂ ଡିଜିଟାଲ୍ ଆରେଷ୍ଟ ମାଧ୍ୟମରେ କୋଟି କୋଟି ଲୁଟି ନେଉଛନ୍ତି ।