ସର୍ବକାଳୀନ ଉଚ୍ଚସ୍ତରରେ ଶେୟାର ବଜାର: ପ୍ରଥମ ଥର ପାଇଁ ୭୪୦୦୦ ପାର ନିଫ୍‌ଟି

Published By : Prameya-News7 Bureau | March 06, 2024 IST

ନୂଆଦିଲ୍ଲୀ: ବୁଧବାର ସର୍ବକାଳୀନ ଉଚ୍ଚସ୍ତର(ଅଲ୍‌ଟାଇମ୍ ହାଇ) ଛୁଇଁଲା ଶେୟାର ବଜାର। ସେନ୍‌ସେକ୍ସ ପ୍ରଥମ ଥର ପାଇଁ ୭୪୦୦୦ ପାର ହୋଇଛି। ସେହିପରି ନିଫ୍‌ଟି ୨୨.୪୭୩.୪୫ ହୋଇଛି । ଅପରାହ୍ନ ୨.୪୫ ମିନିଟ୍‌ରେ ସେନ୍‌ସେକ୍ସ ୩୮୫ ପଏଣ୍ଟ ବୃଦ୍ଧି ହୋଇ ୭୪,୦୭୫ରେ କାରବାର କରୁଥିଲା। ସେହିପରି ନିଫ୍‌ଟି ମଧ୍ୟ ୧୦୫ ଅଙ୍କ ବୃଦ୍ଧି ସହ ୨୨,୪୬୫ ସ୍ତର ଛୁଇଁଥିଲା। ହେଲେ କାରବାର ଶେଷ ସୁଦ୍ଧା ସେନ୍‌ସେକ୍ସ ୭୪,୧୦୬.୬୦ ଓ ନିଫ୍‌ଟି ୨୨.୪୭୩.୪୫ ହୋଇଛି।

ଆଇଟି ଓ ବ୍ୟାଙ୍କିଙ୍ଗ୍ ଶେୟାର୍‌ ଆଜି ଜବରଦସ୍ତ ବୃଦ୍ଧି ହୋଇଛି। ଆଇସିଆଇସିଆଇ ବ୍ୟାଙ୍କ, ଏକ୍ସିସ୍ ବ୍ୟାଙ୍କ ଓ କୋଟାକ ମହି୍ଦ୍ରା ବ୍ୟାଙ୍କ ଶେୟାର୍‌ରେ ବୃଦ୍ଧି ଦେଖିବାକୁ ମିଳିଥିଲା। ନିଫ୍‌ଟି ଆଇଟିରେ ୦.୮୨ ପ୍ରତିଶତ, ବ୍ୟାଙ୍କ୍‌ରେ ୦.୭୯ ପ୍ରତିଶତ ଏବଂ ଏଫ୍‌ଏମ୍‌ସିଜିରେ ୦.୩୪ ପ୍ରତିଶତ ବୃଦ୍ଧି ହୋଇଛି।   

ତେବେ IIFL ଫାଇନାନ୍ସରେ କିନ୍ତୁ ୨୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା। ଆର୍‌ବିଆଇର କାର୍ଯ୍ୟାନୁଷ୍ଠାନ ପରେ କମ୍ପାନୀର ଶେୟାର୍‌ରେ ହ୍ରାସ ଦେଖିବାକୁ ମିଳିଥିଲା। କାରଣ ମଙ୍ଗଳବାର ଆର୍‌ବିଆଇ IIFL ଉପରେ ସୁନା ଋଣ ଦେବା ଉପରେ ପ୍ରତିବନ୍ଧକ ଲଗାଇଥିଲା। କମ୍ପାନୀ ଗୋଲ୍ଡ ଲୋନ୍‌ ପୋର୍ଟଫୋଲିଓରେ ଏକାଧିକ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ଆର୍‌ବିଆଇ କାର୍ଯ୍ୟାନୁଷ୍ଠାନ ନେଇଥିଲା।   

ମିଡ୍‌ ଓ ସ୍ମଲ୍ କ୍ୟାପ୍‌ ସେଗ୍‌ମେଣ୍ଟରେ ଶେୟାର ବିକ୍ରିୟ ଚାପ ରହିଥିଲା।  ସେହିପରି ବିଏସ୍‌ଇ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୨ ପ୍ରତିଶତ  ସ୍ମଲ କ୍ୟାପ୍ ଇଣ୍ଡେକ୍ସ ୩ ପ୍ରତିଶତ ହ୍ରାସ ହୋଇଥିଲା।
ସୂଚନା ଥାଉକି ଗତକାଲି ଶେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଥିଲା। ସେନ୍‌ସେକ୍ସ ୧୯୫ ଅଙ୍କ ହ୍ରାସ ପାଇଁ ୭୩,୬୭୭ ସ୍ତର ଓ ନିଫ୍ଟି ୪୯ ହ୍ରାସ ପାଇଥିଲା। ନିଫ୍‌ଟି ୨୨,୩୫୬ରେ କାରବାର ବନ୍ଦ ହୋଇଥିଲା।

ପଢ଼ନ୍ତୁ-ଟାଟା ମୋଟର୍ସ ନିଜ ବ୍ୟବସାୟକୁ କରିବ ଦୁଇ ଭାଗ, ସେୟାର ବଜାରରେ ଲିଷ୍ଟ ହେବେ ଉଭୟ କମ୍ପାନି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.