ବିବାହରୁ ଫେରୁଥିବା ବେଳେ ଅଘଟଣ : କାର-ବସ୍‌ ମୁହାଁମୁହିଁ ଧକ୍କା, ୫ ମୃତ

Published By : Prameya-News7 Bureau | March 06, 2024 IST

ନୂଆଦିଲ୍ଲୀ ୦୬।୦୩: ହରିୟାଣାର ରେୱାଡିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବସ୍ ଏବଂ କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ରେୱାଡି-ମହେନ୍ଦ୍ରଗଡ ରାସ୍ତାରେ ଥିବା ସିହା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନାନୁସାରେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ବିବାହ ଉତ୍ସବରୁ ନିଜ ଗାଁକୁ ଫେରୁଥିଲେ। ଏହା’ପରେ ସିହା ଗ୍ରାମ ନିକଟ ରେୱାଡି-ମହେନ୍ଦ୍ରଗଡ ରାସ୍ତାରେ ଥିବା ହରିୟାଣା ବସ୍ ଏବଂ ବାଲେନୋ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା।

ବୁଧବାର ସକାଳେ ବାଲେନୋ କାର ଏବଂ ବସ୍ ମୁହାଁମୁହିଁ ହେବା ପରେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ଚରଖି ଦାଦରି ଚାଙ୍ଗରୋଡ ଗାଁର ବାସିନ୍ଦା ଥିଲେ।

wp:embed {"url":"https://www.prameyanews7.com/farmers-protest-delhi-chalo-march-resumes-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/farmers-protest-delhi-chalo-march-resumes-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.