ବିଜେଡିରେ ମିଶିଲେ ଅମୀୟ ଦାଶ, ଶଙ୍ଖ ଭବନରେ ସମର୍ଥକଙ୍କ ଗହଣରେ ହେଲେ ସାମିଲ୍‌

Published By : Prameya-News7 Bureau | May 01, 2024 IST

ଭୁବନେଶ୍ବର: ବିଜେଡିରେ ମିଶିଲେ ବିଜେପିର ପୂର୍ବତନ ଭୁବନେଶ୍ବର ଜିଲ୍ଲା ସଭାପତି ଅମୀୟ ଦାଶ। ବୁଧବାର ଶଙ୍ଖ ଭବନରେ ନିଜର ଶହ ଶହ ସମର୍ଥକଙ୍କ ଗହଣରେ ଆସି ବିଜେଡିରେ ମିଶିଛନ୍ତି ଏହି ବରିଷ୍ଠ ନେତା।

ଗତକାଲି ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଯାହାପରେ ବିଜେଡିରେ ଯୋଗଦେବା ନେଇ ମଧ୍ୟ ଆଲୋଚନା ହେଉଥିଲା। ତେବେ ଆଲୋଚନାକୁ ପୂର୍ଣ୍ଣଚ୍ଛେଦ ପକାଇବା ସହ ଏକାମ୍ର ଭୁବନେଶ୍ବର ବିଧାନସଭା ଆସନର ଏହି ପୂର୍ବତନ ବିଧାୟକ ପ୍ରାର୍ଥୀ ଶେଷରେ ବିଜେଡିରେ ଯୋଗଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ବିଜେଡିର ମିଶ୍ରଣ ପର୍ବ : ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ ୨୦ରୁ ଉର୍ଦ୍ଧ୍ବ

ଉଲ୍ଲେଖଯୋଗ୍ୟ, ଅମୀୟ ଦାଶ ବିଜେପିରୁ ଦୁଇ ଥର ଜିଲ୍ଲା ସଭାପତି ଭାବେ ଦାୟିତ୍ବତୁଲାଇଥିଲେ। ଖାଲି ସେତିକି ନୁହେଁ ଅମୀୟ କିଛି ଦିନ ବିଜେପି ରାଜ୍ୟ ଉପସଭାପତି ରହି କାର୍ଯ୍ୟ କରିଥିଲେ। ୨୦୧୪ରେ ବିଜେପି ଟିକେଟରୁ ଏକାମ୍ର ଭୁବନେଶ୍ବରର ବିଧାନସଭା ଆସନ ପାଇଁ ନିର୍ବାଚନ ମଧ୍ୟ ଲଢ଼ିଥିଲେ। ୨୦୧୯ରେ ପ୍ରାର୍ଥୀ ବାବୁ ସିଂହଙ୍କୁ କଲାପରେ ଅମୀୟ ଭୁବନେଶ୍ବରରେ ଦଳରେ କୌଣସି କାର୍ଯ୍ୟକ୍ରମରେ ଯୋଗଦେଉନଥିଲେ।

ପରେ ତାଙ୍କ ପୁରୀ ଲୋକସଭା କ୍ଷେତ୍ରର ପ୍ରଭାରୀ ଦାୟିତ୍ବ ମଧ୍ୟ ଦିଆଯାଇଥିଲା। ତେବେ ସେ ଦଳ ଉପରେ ଅସନ୍ତୁଷ୍ଟ ଥିଲେ। ଲୋକଙ୍କୁ ଅଧିକ ସାହାଯ୍ୟ କରିବା ପାଇଁ ସେ ବିଜେଡିରେ ଯୋଗଦେବେ ବୋଲି ଅମୀୟ କହିଛନ୍ତି। ଅମୀୟ ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ସେ ଦୀର୍ଘ ୩୫ ବର୍ଷ ଧରି ବିଜେପି ସହ ଜଡ଼ିତ। ବର୍ତ୍ତମାନ ଦଳରେ ତାଙ୍କର କୌଣସି ଭୂମିକା ନାହିଁ। ତେଣୁ ଦଳରୁ ଓହରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.