୬ କେଜି ଗଞ୍ଜେଇ ଜବତ, ମହିଳା ବ୍ୟବସାୟୀ ଗିରଫ

Published By : Prameya-News7 Bureau | March 06, 2024 IST

କଣ୍ଟାବାଞ୍ଜି ୬।୩: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅବକାରୀ ବିଭାଗ ସର୍ଗିଗୁଡା ଗାଁର ଏକ ଘରେ ଚଢ଼ାଉ । ୬ କେଜି ଗଞ୍ଜେଇ ଜବତ କରିବା ସହ ମହିଳା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ସର୍ଗିଗୁଡା ଗାଁରେ ଜଣେ ମହିଳା ସୁରଭି ନାଗ ଗଞ୍ଜେଇ ବ୍ୟବସାୟ କରୁଥିବା ଖବର ମିଳିଥିଲା । ତେବେ ଅବକାରୀ ବିଭାଗର ଏକ ଟିମ୍ ସୁରଭିଙ୍କ ଘରେ ଯାଞ୍ଚ ପରେ ୬ କେଜି ଗଞ୍ଜେଇ ଜବତ ହୋଇଥିଲା । ତେବେ ଅବକାରୀ ବିଭାଗ ସମ୍ପୃକ୍ତି ଥିବା ମହିଳା ସୁରଭିକୁ ଗିରଫ କରି ଅଧିକ ତଦନ୍ତ କରୁଛି । ଗଞ୍ଜେଇ ଜବତ ପରେ ମହିଳାଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଉଛି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ହଜାରରୁ ଅଧିକ ହେବ ବୋଲି ଜଣାପଡିଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଯାଇଥିବା ଅବକାରୀ ଅଧିକାରୀ ସଚିନ ବେହେରା କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/thieves-caught-by-police-stealing-from-owner-house-in-balangir/","type":"wp-embed","providerNameSlug":"prameya-news-7"}
https://www.prameyanews7.com/thieves-caught-by-police-stealing-from-owner-house-in-balangir/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.