ପୁରୀରେ ପ୍ରଥମ ଥର ଆଧୁନିକ ଜ୍ଞାନକୌଶଳରେ ଉପରକୁ ଉଠୁଛି ଘର, ଜ୍ୟାକ୍ ରଡ୍ ଲଗାଇ ଭୂମିରୁ ୫ ଫୁଟ ଉପରକୁ ଉଠାଯାଉଛି

Published By : Prameya-News7 Bureau | March 02, 2024 IST

ପୁରୀ ୨୩: ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟା । ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ନୂତନ ବାଇପାସ୍ ରାସ୍ତା ନିର୍ମାଣ ହେବା ପରେ ତଳୁଆ ଅଞ୍ଚଳ ହୋଇଥିବା ଗୋପୀନାଥପୁରରେ ଏହି ସମସ୍ୟା ଆହୁରି ଉତ୍କଟ ରୂପ ଧାରଣ କରିଥିଲା । ବର୍ଷା ଦିନରେ ଘର ଭିତରକୁ ବାରମ୍ବାର ପାଣି ପଶିଯାଉଥିଲା । ଏହି ଚିନ୍ତା ଘାରିଥିଲା ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ କାର୍ଯ୍ୟ କରୁଥିବା ଅଜୟ ସାହୁଙ୍କୁ । ଘର ଭାଙ୍ଗିବେ କି ଜ୍ୟାକ୍ ରଡ଼ ଲଗାଇ ଘର ଟେକିବେ ସେ ନେଇ ଦ୍ୱନ୍ଦ୍ୱରେ ଥିଲେ । ଶେଷରେ ଜୟ ଶ୍ରୀରାମ ସନ୍ସ କମ୍ପାନୀ ସହଯୋଗରେ ସେ ଗତ ୨୦ ତାରିଖରୁ ଜ୍ୟାକ୍ ରଡ଼ ଲଗାଇ ଘର ୫ ଫୁଟ ଟେକିବା କାର୍ଯ୍ୟ ଆରମ୍ଭ କରିଛନ୍ତି ।

ବର୍ଷା ଦିନେ ପାଣି ଜମୁଥିବାରୁ ଅଜୟ କୁମାର ସାହୁଙ୍କ ପରିବାର ଲୋକେ ହଇରାଣ ହେଉଥିଲେ । ତେବେ ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଖାଲୁଆ ଜାଗାରେ ଥିବା ଘର ଉଠାଯାଉଥିବା ଜାଣିବା ପରେ ଅଜୟ ସାହୁ ତାଙ୍କ ଘର କିପରି ଉପରକୁ ଉଠାଯାଇପାରିବ ସେ ନେଇ ଯୋଜନା କଲେ । ଏହାପରେ ଏହି କାମରେ ନିୟୋଜିତ ବିହାରର ଏକ ଟିମ୍ ସହିତ ଯୋଗାଯୋଗ କରିଥିଲେ । ଯେଉଁମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘର ଉଠାଇବାରେ ବେଶ୍ ସଫଳତା ପାଇଛନ୍ତି ସେମାନଙ୍କର ସହଯୋଗ ନେଇଥିଲେ ।

ଗତ ୨୦ ତାରିଖଠାରୁ ଏହି ଟିମ୍‌ର ୭ ଜଣ ସଦସ୍ୟ  ପୁରୀ ଆସି ଘର ଉଠାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୋଳାଖୋଳି କରିବା ସହ ପ୍ରାୟ ୧୦୦ଟି ଜ୍ୟାକ୍ ଲଗାଇଥିଲେ । ଶୁକ୍ରବାରଠାରୁ ଘରକୁ ଉଠାଇବା କାମ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ପ୍ରାୟ ଦେଢ ଫୁଟ ଉପରକୁ ଘର ଉଠିଥିଲା ।

ତେବେ ପୁରୀରେ ଏଭଳି ଜ୍ୟାକ୍ ରଡ଼ ଲଗାଇ ଘର ୫ ଫୁଟ ଉପରକୁ ଉଠାଯିବା ଘଟଣା ପ୍ରଥମ । ଏବେ ଡିଜିଟାଲ ଯୁଗରେ ବିଜ୍ଞାନ ଓ ସିଭିଲ ଇଞ୍ଜିନିୟରିଂ ଦୃତ ଅଗ୍ରଗତି ଯୋଗୁଁ  ଏଭଳି ମେସିନ୍ ଲଗାଯାଇ ଘର ଖାଲୁଆ ସ୍ଥାନରୁ ଉପରକୁ ଉଠାଯିବା ସମ୍ଭବ ହୋଇପାରୁଛି । ତେବେ ଘର ନଭାଙ୍ଗି ଅନ୍ୟ ଲୋକମାନେ ମଧ୍ୟ ଏହି ପ୍ରକ୍ରିୟା ଆପଣାଇ ପାରିବେ । ଏହାଦ୍ବାରା ଘରର କୌଣସି କ୍ଷତି ହେବ ନାହିଁ ବୋଲି କମ୍ପାନୀ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଉଛି।

You Can Read :

wp:embed {"url":"https://www.prameyanews7.com/vigilance-arrests-dabugoan-asi-while-taking-bribe/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vigilance-arrests-dabugoan-asi-while-taking-bribe/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.