ନାମାଙ୍କନ ପତ୍ର ଦାଖଲ କଲେ କନ୍ଧମାଳ ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାୟକ, ନାରାରେ କମ୍ପିଲା ଫୁଲବାଣୀ ସହର

Published By : Prameya-News7 Bureau | May 01, 2024 IST

Amir Chand Nayak

କନ୍ଧମାଳ:  କଂଗ୍ରେସ ଦଳର କନ୍ଧମାଳ ସାଂସଦ ପ୍ରାର୍ଥୀ  ଅମୀର ଚାନ୍ଦ ନାୟକ ବୁଧବାର  ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ବିରାଟ ପଟୁଆରରେ ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହା ସହିତ ଫୁଲବାଣୀ ବିଧାୟିକା ପ୍ରାର୍ଥିନୀ ପ୍ରତିଭା କହ୍ନର ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। 

ଡବଲ୍ ଇଞ୍ଜିନ ସରକାର ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା : ପାଣ୍ଡିଆନ

ଅମୀର ଚାନ୍ଦ ନାୟକ ଏବଂ  ପ୍ରତିଭା କହ୍ନର ନାମାଙ୍କନ ପତ୍ର  ଦାଖଲ  ସମୟରେ ଜାତୀୟ କଂଗ୍ରେସ ଜ଼ିନ୍ଦାବାଦ ଅମୀର ଚାନ୍ଦ ଜ଼ିନ୍ଦାବାଦ ନାରାରେ  ଫୁଲବାଣୀ ସହର  କମ୍ପି ଉଠିଥିଲା। ଏହାସହ  କଂଗ୍ରେସ ଦଳରୁ ଚାଲିଯାଇଥିବା, ବହୁ ପୁରୁଣା ବରିଷ୍ଠ କଂଗ୍ରେସ ମେତା ଆଜି କଂଗ୍ରେସ ମୁହଁI  ହୋଇଛନ୍ତି। ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଶୋଭାଯାତ୍ରା ଫୁଲବାଣୀ ସାହି ନିକଟସ୍ଥ ବରଳାଦେବୀ ମନ୍ଦିରରୁ ବାହାରି ପ୍ରଥମେ ସବ୍ କଲେକ୍ଟର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। 

ସେଠାରେ ବିଧାୟିକା ପ୍ରାର୍ଥିନୀ ଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହାପରେ ପୁଣି ଶୋଭାଯାତ୍ରା  କଲେକ୍ଟର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ସଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାୟକ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ I ଏହି ସମାବେଶରେ ବାଲିଗୁଡା କଂଗ୍ରେସ ଵିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ, ଘୁ. ଉଦୟଗିରି ଵିଧାୟକ ପ୍ରାର୍ଥୀ ପ୍ରଫୁଲ ପ୍ରଧାନ , ଜିଲ୍ଲା ସଭପରି ଚନ୍ଦ୍ର ଶେଖର ପରିଡା, ତଥା କଂଗ୍ରେସ ର ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ I 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.