ଟାଟା ମୋଟର୍ସ ନିଜ ବ୍ୟବସାୟକୁ କରିବ ଦୁଇ ଭାଗ, ସେୟାର ବଜାରରେ ଲିଷ୍ଟ ହେବେ ଉଭୟ କମ୍ପାନି

Published By : Prameya-News7 Bureau | March 04, 2024 IST

ନୂଆଦିଲ୍ଲୀ: ଟାଟା ଗ୍ରୁପର ବଡ଼ କମ୍ପାନି ଟାଟା ମୋଟର୍ସକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଟାଟା ମୋଟର୍ସର ବୋର୍ଡ ସୋମବାର କମ୍ପାନିର ବାଣିଜ୍ୟ ପରିଚାଳନା (ବିଜନେସ୍ ଅପରେସନ)କୁ ୨ଟି ୟୁନିଟରେ ଭାଗ କରିବା ପାଇଁ ମଞ୍ଜୁରୀ ଦେଇଛି । କମ୍ପାନି ଆଗାମୀ ଦିନରେ ପାସେଞ୍ଜର ଗାଡ଼ି ଏବଂ କମର୍ସିଆଲ ଗାଡ଼ି ବ୍ୟବସାୟକୁ ଅଲଗା କରିବ । ଏହି କମ୍ପାନିଗୁଡ଼ିକ ସେୟାର ବଜାରରେ ମଧ୍ୟ ସୂଚୀବଦ୍ଧ ହେବେ ।

ଟାଟା ମୋଟର୍ସର ସମସ୍ତ ସେୟାରଧାରକଙ୍କୁ ଉଭୟ ନୂଆ ଲିଷ୍ଟେଡ୍ କମ୍ପାନିରେ ସମାନ ଅଂଶଧନ ମିଳିବ । ଅର୍ଥାତ୍ ଯେଉଁମାନଙ୍କ ପାଖରେ ଟାଟା ମୋଟର୍ସର ସେୟାର ଅଛି ସେମାନଙ୍କୁ ଦୁଇଟିଯାକ ଲିଷ୍ଟେଡ୍ କମ୍ପାନିର ସମାନ ସେୟାର ମିଳିବ ।

ପଢନ୍ତୁ: ମୁମ୍ବାଇ ଟାଟା ଇନ୍‌ଷ୍ଟିଚ୍ୟୁଟକୁ ବଡ଼ ସଫଳତା, ମାତ୍ର ୧୦୦ ଟଙ୍କାରେ ଭଲ ହେବ କ୍ୟାନସର ଚିକିତ୍ସା

କମ୍ପାନି କହିଛି ଯେ ଡିମର୍ଜର ପରେ ଗୋଟିଏ ୟୁନିଟ୍ କମର୍ସିଆଲ ଯାନର ବ୍ୟବସାୟ ଏବଂ ଏହାସହ ଜଡ଼ିତ ନିବେଶ ଦେଖିବ । ଅନ୍ୟପଟେ କମ୍ପାନି ପାସେଞ୍ଜର ଗାଡ଼ି ବ୍ୟବସାୟ ଯେଉଁଥିରେ ଇଲେକ୍ଟ୍ରିକ ଗାଡ଼ି, ଜାଗୁଆର ଏବଂ ଲ୍ୟାଣ୍ଡ ରୋଭର ଓ ଅନ୍ୟ ନିବେଶ ବୁଝିବ । ଟାଟା ମୋଟର୍ସ ସେୟାର ବଜାରକୁ ଦେଇଥିବା ସୂଚନାରେ କହିଛି ଯେ ପୂରା ପ୍ରକ୍ରିୟା ଏନସିଏଲଟି ଜରିଆରେ ହେବ । ଡିମର୍ଜରର ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପାଇଁ ୧୨ରୁ ୧୫ ମାସ ସମୟ ଲାଗିବ । ଉଲ୍ଲେଖଯୋଗ୍ୟ ଯେ ଟାଟା ମୋଟର୍ସର ପାସେଞ୍ଜର ଗାଡ଼ି, କମର୍ସିଆଲ ଗାଡ଼ି ଏବଂ ଜେଏଲଆର ବ୍ୟବସାୟ ୨୦୨୧ରୁ ଅଲଗା-ଅଲଗା ସିଇଓଙ୍କ ଦ୍ୱାରା ପରିଚାଳିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.