ଲୋକସଭା ନିର୍ବାଚନରୁ ଓହରିଲେ ଗୁଲାମ ନବୀ ଆଜାଦ: ରାଜୌରୀରୁ ଲଢ଼ିବେ ନାହିଁ

Published By : Prameya-News7 Bureau | April 17, 2024 IST

indiatoday

ଶ୍ରୀନଗର: ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ପୂର୍ବତନ କଂଗ୍ରେସ ନେତା ତଥା ଡେମୋକ୍ରାଟିକ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି(ଡିପିଏପି) ମୁଖ୍ୟ ଗୁଲାମ ନବୀ ଆଜାଦ। ଏହା ପୂର୍ବରୁ ସେ ନିର୍ବାଚନ ଲଢ଼ିବା ପାଇ ଅନନ୍ତନାଗ ରାଜୌରୀରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଏବେ ହଠାତ୍ ସେ ନିର୍ବାଚନରୁ ଓହରିଯାଇଛନ୍ତି। ଅନନ୍ତନାଗରେ ଲୋକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ଗୁଲାମ ନବୀ। 

ଏପ୍ରିଲ ୨ ତାରିଖରେ ଗୁଲାମ ନବୀ ଅନନ୍ତନାଗ ରାଜୌରୀ ଆସନରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ। ଏନେଇ ଡିପିଏପି ଦଲର ପ୍ରବକ୍ତା ସଲମାନ ନିଜାମୀ ସୋସିଆଲ୍ ମିଡିଆରେ ସୂଚନା ଦେଇଥିଲେ। ସେ ଏକ୍ସରେ ପୋଷ୍ଟ କରି ଲେଖିଥିଲେ “ଡିପିଏପି ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ ଶାହିବ ଅନନ୍ତନାର ରାଜୌରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଡିପିଏପି କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।”  

ପଢ଼ନ୍ତୁ-ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଶେଷ: ୧୧ ରାଜ୍ୟରେ ହେବ ଭୋଟ, ୮ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳଙ୍କ ଭାଗ୍ୟ ପରୀକ୍ଷା

ଅନନ୍ତ ନାଗରୁ ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତୀ ମଧ୍ୟ ଲୋକସଭା ନିର୍ବାଚନ ଲଢୁଛନ୍ତି। ସେହିପରି ନ୍ୟାସ୍‌ନାସ କନଫରେନ୍ସ ନେତା ମିଆନ ଅଲତାଫ ଅହମଦ ଏହି ଆସନରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି। ଗୁଲାମ ଯଦି ନିର୍ବାଚନ ଲଢ଼ିଥାନ୍ତେ ତେବେ ତାଙ୍କର ଏହି ନେତାମାନଙ୍କର ସହ ମୁକାବିଲା ହୋଇଥାନ୍ତା। 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.