ଓଡିଆ ସହିଦ ମନୋଜଙ୍କ ଘର କରିବାର ସ୍ବପ୍ନ ରହିଗଲା ଅଧାରେ, ଝିଅର ଜନ୍ମଦିନ ଉତ୍ସବ ଥିଲା ତାଙ୍କ ପାଇଁ ଶେଷ ଉତ୍ସବ...

Published By : Prameya-News7 Bureau | February 15, 2019 IST

ନିଆଳି ୧୫|୨: ଘର କରିବାର ସ୍ବପ୍ନ ରହିଗଲା ଅଧାରେ… ଝିଅର ଜନ୍ମଦିନ ଉତ୍ସବ ଥିଲା ତାଙ୍କ ପାଇଁ ଶେଷ ଉତ୍ସବ… ପରିବାରଲୋକଙ୍କ ସହ ତାଙ୍କର ଥିଲା ଶେଷ ଦେଖା… ଆମେ କହୁଛୁ ଜମ୍ମୁକାଶ୍ମୀର ପୁଲଓ୍ବାମାରେ ସହିଦ ହୋଇଥିବା ଓଡିଆ ସିଆରପିଏଫ୍ ଯବାନ ମନୋଜ କୁମାର ବେହେରାଙ୍କ କଥା ।

{"id":85430}

ମନୋଜଙ୍କ ଘର କଟକ ଜିଲ୍ଲା ନିଆଳି ରତନପୁର ଗାଁରେ । ସେ ୨୦୦୬ ମସିହାରେ ସେ ସିଆରପିଏଫ୍‌ରେ ଯୋଗ ଦେଇଥିଲେ। ୨୦୧୭ ମସିହାରେ ମନୋଜଙ୍କର ବିବାହ ହୋଇଥିଲା । ତାଙ୍କର ବର୍ଷର ଝିଅଟିଏ ଅଛି । ଝିଅର ଜନ୍ମଦିନ ପାଳନ କରିବା ପାଇଁ ଡିସେମ୍ବର ମାସରେ ଘରକୁ ଆସିଥିଲେ ମନୋଜ । ହସଖୁସିରେ ସାଙ୍ଗସାଥିଙ୍କ ସହ ଝିଅର ଜନ୍ମଦିନ ପାଳନ କରିଥିଲେ ମନୋଜ ।

{"id":85431}

ଘର କରିବାର ସ୍ବପ୍ନ ତାଙ୍କର ଅଧାରେ ରହିଯାଇଛି । ଅଧା ରହିଥିବା ଘରକୁ ସଂପୂର୍ଣ୍ଣ କରିବାକୁ ମଧ୍ୟ ବାପାଙ୍କୁ କଥା ଦେଇ ଯାଇଥିଲେ ମନୋଜ । ଘରଲୋକଙ୍କ ସହ ଓକ ଭୋଜି ଆୟୋଜନ କରିବାର ଯୋଜନା ମଧ୍ୟ କରିଥିଲେ ମନୋଜ ।

{"id":85432}

ଫେବୃଆରୀ ୬ତାରିଖରେ ସେ ଜମ୍ମୁକୁ ପ୍ରତ୍ୟାବର୍ତ୍ତନ କରିଥିଲେ ତାଙ୍କ କାର୍ଯ୍ୟରେ ଯୋଗଦେବା ପାଇଁ । ଡ୍ୟୁଟିରେ ଯୋଗଦେବା ପାଇଁ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।

{"id":85433}

ମନୋଜଙ୍କ ସହିଦ ଘଟଣା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ମନୋଜଙ୍କ ସହିଦ ହେବା ଖବର ଶୁଣି ତାଙ୍କ ବାପା, ମାଆ ଏବଂ ସ୍ତ୍ରୀ ମଧ୍ୟ ଦୁଃଖରେ ଭାଙ୍ଗିପଡିଛନ୍ତି । ଏଭଳି ଖବର ଶୁଣି ପରିବାରବର୍ଗ, ଆତ୍ମୀୟସ୍ବଜନ, ଗ୍ରାମବାସୀ ସମସ୍ତେ ମ୍ରିୟମାଣ ହୋଇପଡିଛନ୍ତି । ପରିବାରଲୋକଙ୍କୁ ସାନ୍ତ୍ବନା ଦେବା ପାଇଁ ଗାଁରେ ଲୋକଙ୍କ ଭିଡ ଜମିଛି । ମୁଖ୍ୟମନ୍ତ୍ରୀ ମଧ୍ୟ ମନୋଜଙ୍କ ପରିବାର ସହ କଥା ହୋଇଛନ୍ତି । ବିଡିଓ ମଧ୍ୟ ତାଙ୍କ ଘରକୁ ଆସି ସମବେଦନା ଜଣାଇଛନ୍ତି । ଜିଲ୍ଲାପାଳ ଏବଂ ଏସପି ମଧ୍ୟ ଆସିବାର ସୂଚନା ରହିଛି ।

{"id":85434}

ସୂଚନାଯୋଗ୍ୟ ଯେ, ଗତକାଲି ଶ୍ରୀନଗର-ଜମ୍ମୁ ହାଇୱେରେ ସିଆରପିଏଫ୍ ଯବାନମାନଙ୍କୁ ନେଇ ୭୦ଟି ବସ୍ ଯାଉଥିବା ବେଳେ ଅୱନ୍ତିପୁରାଠାରେ ହଠାତ୍ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏକ ଆଇଇଡି ବିସ୍ଫୋରକ ଭର୍ତ୍ତି ଗାଡ଼ି ସିଧା ଆସି ଦୁଇଟି ସିଆରପିଏଫ୍ ବସକୁ ଧକ୍କା ଦେଇଥିଲା । ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ୪୦ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ସିଆରପିଏଫର ୨୫ ଶହ ୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଆତଙ୍କୀ ହମଲା କରିଥିଲେ । ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଅଓ୍ବନ୍ତିପୁରାରେ ସିଆରପିଏଫ୍ ଯବାନଙ୍କ ବସ୍ ଉଡ଼ାଇବା ପାଇଁ ଆତ୍ମଘାତୀ ଆତଙ୍କବାଦୀ ୩୫୦ କିଲୋ ବିସ୍ଫୋରକ ବ୍ୟବହାର କରିଥିଲା ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.