ଦୁନିଆର ୭ ଜୀବ, ଯାହାଙ୍କ ଆୟୁ ସବୁଠୁ କମ୍‌

Published By : Prameya-News7 Bureau | April 23, 2024 IST

News7

‘ଜିନ୍ଦେଗୀ ଔର ମୌତ୍ ତୋ ଉପରବାଲେ କେ ହାଥ୍ ମେଁ ହେ...’ବଲିଉଡ୍‌ର  ଏହି ଲୋକପ୍ରିୟ ଡାଏଲଗ୍କୁ ଆପଣ ଅନେକ ଥର ଶୁଣିଥିବେ। ଜୀବନ ଆଉ ମୃତ୍ୟୁ ସବୁ ତ ଉପରବାଲା ହାତରେ। ଦୁନିଆରେ ଜନ୍ମ ନେଇଛ, ମୃତ୍ୟୁ ବି ସୁନିଶ୍ଚିତ। ହେଲେ ଜଣିଛନ୍ତି କି ଦୁନିଆରେ ଏପରି ଜୀବ ଅଛନ୍ତି ଯାହାଙ୍କ ଆୟୁକାଳ ସବୁଠୁ କମ୍। 

ଦୁନିଆରେ ଅନେକ ଜୀବ ଅଛନ୍ତି ଯିଏ ଆୟୁ ଶହେ ବର୍ଷରୁ ଅଧିକ। ଆଜି ଆମେ ଆପଣଙ୍କୁ ଏପରି ୭ଟି ଜୀବ ବିଷୟରେ କହିବାକୁ ଯାଉଛୁ ଯାହାର ଜୀବନ ସବୁଠାରୁ କମ୍ ଅଟେ ଅର୍ଥାତ୍ ସବୁଠୁ କମ୍ ଆୟୁ ଥିବା ଜୀବ। ସେମାନେ କମ୍ ସମୟ ପାଇଁ ବଞ୍ଚନ୍ତି। ଜୀବଜନ୍ତୁ ସମ୍ବନ୍ଧୀୟ ଆନିମ ଫ୍ଲାଏ ନାମକ ୱେବସାଇଟ୍‌ର   ରିପୋର୍ଟ ଏପରି ଜୀବଙ୍କ ଆୟୁକାଳ ଉପରେ ଦେଇଛି ସୂଚନା।

ଫ୍ରୁଟ୍‌ ଫ୍ଲାଏ: ସାଧାରଣତଃ ମାଛିମାନଙ୍କ ଆୟୁ ବହୁତ କମ୍।  ଏମାନଙ୍କ ଆୟୁ ଗୋଟିଏ ଦିନରୁ ଆରମ୍ଭ କରି ୨ ମାସ ପର୍ଯ୍ୟନ୍ତ ରହିଥାଏ। ଫ୍ରୁଟ ଫ୍ଲାଏ ପ୍ରଜାତିର ମାଛି ଆପଣଙ୍କ ଘରେ ଦେଖାଯାଏ। ସେମାନଙ୍କର ଜୀବନକାଳ ପ୍ରାୟ ୪୦ରୁ ୫୦ ଦିନ । ଜନ୍ମ ହେବାର କିଛି ସମୟରେ ସେମାନେ ପାଣିରେ ଅଣ୍ଡା ଦିଅନ୍ତି। ଜୀବନକାଳରେ 500 ରୁ 2000 ଅଣ୍ଡା ଦେଇଥାଏ, ଯାହାକି ପରିପକ୍ୱ ହେବା ପାଇଁ ମାତ୍ର ୧୨ ଘଣ୍ଟା ଲାଗେ। 

ମେ ଫ୍ଲାଏ- ଏହା ଦେଖିବାକୁ ଛୋଟ କୀଟ ପରି। ତେବେ ଏମାନଙ୍କ ଆୟୁକାଳ କିଛି ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିରୁହନ୍ତି। ମାଇ ମେ ଫ୍ଲାଏର ଆୟୁକାଳ ୫ ମିନିଟ୍ରୁ କମ୍।  

ମୂଷା- ଘରେ ଦେଖାଯାଉଥିବା ସାଧାରଣ ମୂଷାଙ୍କ ଜୀବନ ମଧ୍ୟ ବହୁତ ଲମ୍ବା ନୁହେଁ। ସେମାନେ କେବଳ ୧୨ ରୁ ୧୮ ମାସ ପର୍ଯ୍ୟନ୍ତ ବଞ୍ଚନ୍ତି। ଏକ ମାଇ ମୂଷା ଗୋଟିଏ ବର୍ଷରେ ୧୨ରୁ ଅଧିକ ଛୁଆ ଜନ୍ମ ଦେଇପାରେ।

ଲମ୍ବୋଡସ୍ ଗିରଗିଟ୍ – ଏଣ୍ଡୁଅର ଆଉ ଏକ ପ୍ରଜାତି ଲମ୍ବୋଡସ୍ । ସେମାନେ କେବଳ ୪ ରୁ ୫ ମାସ ପର୍ଯ୍ୟନ୍ତ ବଞ୍ଚନ୍ତି।

ଓ୍ୱର୍କର ବି- ଓ୍ୱର୍କର ବି ଏକ ପ୍ରଜାତିର ମହୁମାଛି। ଏହାର ଜୀବନ 30 ରୁ 60 ଦିନ ଅଟେ। ସେମାନେ ବଞ୍ଚିଥିବା ଥିବା ପର୍ଯ୍ୟନ୍ତ ମହୁ ତିଆରି କରନ୍ତି।

ମସ୍କିଟୋ ଫିସ୍- ମେକ୍ସିକୋରେ ଥିବା ମିସିସିପି ନଦୀରେ ଏହି ମାଛ ବାସ କରନ୍ତି। ଏହାର ବୟସ ୨ ରୁ ୩ ବର୍ଷ। ଏହି ମାଛ ବହୁ ପରିମାଣରେ ମଶା ଲାର୍ଭା ଖାଏ।

ଡ୍ରାଗନ ଫ୍ଲାଏ ବା କଙ୍କି- ଆପଣଙ୍କ ଚାରିପାଖରେ ବୁଲୁଥିବା କଙ୍କିର ଆୟୁକାଳ ୬ରୁ ୮ ସପ୍ତାହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.