ଢିଲା ୟୁନିଫର୍ମ, ଥ୍ରୀ-ଷ୍ଟାର, ଫେକ୍ ଆଇଡି କାର୍ଡ: ହାପୁରରେ ଚେକିଂ କରିବାକୁ ପହଞ୍ଚିଗଲେ ନକଲି CBI ଅଫିସର

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ ୨୬/୦୪: ୟୁପିର ହାପୁରରେ ମତଦାନ ବୁଥ ବାହାରେ ଧରାପଡିଲେ ଜଣେ ନକଲି ସିବିଆଇ ଇନ୍ସପେକ୍ଟର । ଅଲ୍ଟୋ କାରରେ ୟୁନିଫର୍ମ ପିନ୍ଧି ଆସି ନିଜକୁ ଇନ୍ସପେକ୍ଟର ଓ ନିର୍ବାଚନ ଡ୍ୟୁଟିରେ ଥିବା ଦାବି କରୁଥିଲେ । ହେଲେ ବେଶି ସମୟ ତିଷ୍ଠି ପାରିନଥିଲା ତାଙ୍କର ଚୋରି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀମାନେ ତାଙ୍କୁ ସନ୍ଦେହ କରି ପଚରାଉଚରା କରିବା ପରେ ପୁରା ଘଟଣା ଆସିଥିଲା ସାମ୍ନାକୁ । 

ସୂଚନା ଥାଉକି, ଗିରଫ ବ୍ୟକ୍ତି ଜଣଙ୍କୁ ମତଦାନ ବୁଥରୁ କିଛି ପାଦ ଦୂରରେ ଧରାଯାଇଥିଲା । ସେ ଗୋଟିେ ଧଳା ଅଲ୍ଟୋ କାରରେ ଆସିଥିଲେ । କାରର ସମ୍ମୁଖରେ ଉତ୍ତରପ୍ରଦେଶ ସରକାର ଲେଖାଯାଇଥିଲା । 

ଏହା ସହିତ ଏକ ଲାଲ୍ ବେକନ୍ ମଧ୍ୟ ଥିଲା ।  କେଉଁ ଭୋଟ୍ କେନ୍ଦ୍ର ଯାଞ୍ଚ କରିବାକୁ ଯାଉଛନ୍ତି ତାହା ଦର୍ଶାଇ ତାଙ୍କ ନିକଟରୁ ଏକ ନକଲି ପରିଚୟ ପତ୍ର ଉଦ୍ଧାର କରାଯାଇଛି । ଏସପି ଅଭିଷେକ ଭର୍ମା ଏହି କଥା ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଗିରଫ ବ୍ୟକ୍ତି ମାନସିକ ସ୍ତରରେ ଅସୁସ୍ଥ ଥିବା କୁହାଯାଉଛି । ବର୍ତ୍ତମାନ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । 

ତାଙ୍କ କାରରେ ଅନେକ ନକଲି ଆଇଡି କାର୍ଡ ମିଳିଥିଲା । ସମଗ୍ର ଘଟଣା ଘଟିଛି ହାପୁର କୋଟୱାଲୀ ଦେହତର LN ପବ୍ଲିକ୍ ସ୍କୁଲ୍ ମତଦାନ କେନ୍ଦ୍ର ନିକଟରେ ।  ପଚରାଉଚରା ବେଳେ ଜଣାପଡିଛି ଯେ, ସେ ହାପୁରର ଏକ ମତଦାନ ବୁଥରେ ପହଞ୍ଚି ସିବିଆଇ ଇନ୍ସପେକ୍ଟର ଭାବରେ । ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିଛି। ଏହା ବ୍ୟତୀତ ତାଙ୍କ କାରକୁ ବି ସିଜ୍ କରିଛି ପୋଲିସ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.