ଗାଡି ଚେକିଂ ବେଳେ ଟଙ୍କା ଜବତ, ମିଳିଲା ୩ ଲକ୍ଷ ୬୯ ହଜାର ଟଙ୍କା

Published By : Prameya-News7 Bureau | April 26, 2024 IST

ନୂଆପଡା ୨୬।୪: ଗାଡି ଚେକିଂ ବେଳେ ଜବତ ହେଲା ଟଙ୍କା । ଏକ ଗାଡିରୁ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ । ଓଡିଶାରୁ ଛତିଶଗଡ ଯିବା ସମୟରେ ସ୍ଥାନୀୟ ଜଳରାମ ମନ୍ଦିର ନିକଟରୁ ଏକ ଗାଡ଼ିରୁ ଟଙ୍କା ସିଜ୍ କରାଯାଇଥିବା ସୂଚ ମିଳିଛି ।

ଦେଶରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ରାଜନୈତିକ ମାହୋଲ ସରଗରମ ରହିଛି । ବାକି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି । ଏହି ସମୟରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଦିଗରେ ପୋଲିସ କାମ କରୁଛି । ବିଭିନ୍ନ ସ୍ଥାନରେ ସୀମାନ୍ତ ଚେକପୋଷ୍ଟ ଗୁଡିକରେ ଚେକିଂ ମଧ୍ୟ ଜୋରଦାର କରାଯାଇଛି । ଏହି ସମୟରେ ଓଡିଶା-ଛତିଶଗଡ ସୀମାନ୍ତରେ ଚେକିଂ ବେଳେ ଟଙ୍କା ଜବତ ହୋଇଛି । ନୂଆପଡା ଜିଲ୍ଲା ଖରିଆର ରୋଡରୁ ଛତିଶଗଡ ଅଭିମୁଖେ ଯାଉଥିବା ଏକ ଗାଡିରୁ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଛି ପୋଲିସ । ସୀମାନ୍ତରେ ଥିବା ଚେକପୋଷ୍ଟରେ ପୋଲିସ ପୋଲିସ ଯାଞ୍ଚରୁ ଏହି ଟଙ୍କା ଜବତ ହୋଇଛି । ତେବେ ଗାଡି ମାଲିକ ଜବତ ଟଙ୍କା ବିଷୟରେ କୌଣସି ଉତ୍ତର ଦେଇ ନ ପାରିବାରୁ ଟଙ୍କାକୁ ପୋଲିସ ଜବତ କରିଛି । ଟଙ୍କା କେଉଁଠୁ କେଉଁଠିକୁ ଯାଉଥିଲା ପୋଲିସ ତାର ଛାନଭିନ କରୁଛି ।

ଗତ ୧୮ ତାରିଖରେ ବରଗଡ଼ ଟାଉନ ଥାନା ପୋଲିସ ଦ୍ୱାରା ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ଲକ୍ଷାଧିକ ଟଙ୍କା ନେଇ ଏକ ପିକ୍‌ଅପ୍ ଭ୍ୟାନ୍‌ ବରଗଡ଼ ସହର ଭିତରକୁ ପ୍ରବେଶ କରୁଥିବା ବେଳେ ଧରାପଡିଥିଲା । ହଳଦୀପାଲି ଛକ ଠାରେ ନାକା ଚେକିଂ ବେଳେ ପିକଅପ୍ ଭ୍ୟାନ୍‌ ସହ ଚାଳକ ଧରାପଡିଥିଲେ । ଚାଳକ ଜଣକ ସମ୍ବଲପୁର ଜିଲ୍ଲାର ଚୁଡାମଣି ଦୋରା ବୋଲି ଜଣାପଡିଥିଲା ।

You Can Read :

ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା, କିଛି ଦିନ ତଳେ ବିଜେଡି ଛାଡିଥିଲେ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.