ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଗାଡି ଭଙ୍ଗାରୁଜା କରିବା ସହ କଲେ ଆକ୍ରମଣ

Published By : Prameya-News7 Bureau | May 14, 2024 IST

ଚୌଦ୍ଵାର ୧୪।୫: ଚୌଦ୍ଵାର ଅଞ୍ଚଳର ଜଣେ ଯୁବକ ସୋସିଆଲ ମିଡିଆରେ ହିନ୍ଦୁ ଧର୍ମକୁ ନେଇ ଏକ  ଭିଡିଓ ପୋଷ୍ଟ କରିଥିଲେ । ଯାହାକୁ ନେଇ ଚୌଦ୍ଵାର ମୁସଲମାନ ସାହିର ପପୁ ଚାନ୍ଦ ନାମକ ଜଣେ ଯୁବକ ଚୌଦ୍ଵାର ମୁଣ୍ଡମାଳ ଛକରେ ଥିବା ଏକ ଗାଡି ସର୍ଭିସିଂ ସେଣ୍ଟରରେ ସୋମବାର ବିଳମ୍ବିତ ରାତିରେ ପହଞ୍ଚି ଉନ୍ମତ୍ତକାଣ୍ଡ ଘଟାଇଥିବା ଚୌଦ୍ଵାର ଥାନାରେ ଅଭିଯୋଗ ହୋଇଛି ।  ସର୍ଭିସିଂ ସେଣ୍ଟର ମାଲିକ ପ୍ରଭାତ ଦାସ ଓ ତା ଭାଇ ପ୍ରକାଶ ଥିବା ବେଳେ ଦୋକାନରେ ପହଞ୍ଚି ପପୁ ଭିଡିଓ କରିଥିବା ସନତ କୁମାର ପଣ୍ଡାଙ୍କୁ ଖୋଜିଥିଲା । ତାକୁ ନପାଇ ପପୁ ଓ ତାର କିଛି ସାଙ୍ଗ ମାନେ ଦୋକାନ ଆଗରେ ଥିବା ୩ଟି ପିକଅପ ଓ ୪ଟି ବାଇକ୍ ଭାଙ୍ଗି ସର୍ଭିସିଂ ସେଣ୍ଟର ମାଲିକଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରି ଡାହାଣ ହାତ କ୍ଷତାକ୍ତ କରିଛନ୍ତି । ଜୀବନରୁ ମାରିଦେବା ଶହ ଫାଙ୍କା ଗୁଳି ଚାଳନା କରିଥିବା ସର୍ଭିସିଂ ସେଣ୍ଟର ମାଲିକ ପ୍ରଭାତ ଚୌଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି । ଏହି ସମସ୍ତ ଘଟଣା ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏନେଇ ଚୌଦ୍ଵାର ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ଏନେଇ ଚୌଦ୍ଵାର ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

You Can Read :

ଆସନ୍ତା ୧୬ରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’, ସୁରକ୍ଷା ବ୍ୟବସ୍ଥା କଡାକଡି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.