ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା : ପାହାଡ଼ ଉପରୁ ମାଟି ଖୋଳି ଶବ ଜବତ କଲା ପୋଲିସ

Published By : Prameya-News7 Bureau | August 07, 2025 IST

ମୋହନା ୭।୮: ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରେ ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା କରି ପୋତିଦେବା ଘଟଣା । ମୃତଦେହ ଉଦ୍ଧାର କରିଛି ପୋଲିସ l ଗାଁ ନିକଟସ୍ଥ ପାହାଡ଼ରେ ମାଟି ଖୋଳି  କରୁଣାକର ଦଳାଇଙ୍କ ମୃତଦେହ ଉଦ୍ଧାର କରାଯାଇଛି l ମାଜିଷ୍ଟ୍ରେଟ୍ ତଥା ମୋହନା ତହସିଲଦାର ଓ ସାଇଣ୍ଟିଫିକ ଟିମର ଉପସ୍ଥିତିରେ ଶବ ଜବତ ହୋଇଛି l ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଘଟଣା ସ୍ଥଳରେ ସିନ୍ ରିକ୍ରିଏସନ କରିଛି ପୋଲିସ l ଅଭିଯୁକ୍ତ ମାନେ ମୃତଦେହ ପୋତିଥିବା ସ୍ଥାନ ଦେଖାଇଥିଲେ l ଏହାପରେ ମାଟି ଖୋଳାଯାଇଥିଲା l 

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଗାଁର ନିରଞ୍ଜନ ମଳିକଙ୍କ ୧୨ ବର୍ଷର ପୁଅକୁ କୁକୁର କାମୁଡ଼ିଥିଲା l  କମଳାପୁର ଗାଁର କରୁଣାକର ଗତ ୮ ମାସ ହେଲା କୁସୁମପୁର ଗାଁରେ ରହି ଆସୁଥିଲେ । ଗାଁ ଠାରୁ କିଛି ଦୂରରେ ଏକ କୁଡ଼ିଆ ଘର କରି ସେଠାରେ ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ । କୁକୁର କାମୁଡ଼ିଥିବା ୧୨ ବର୍ଷର ପୁଅକୁ ଚେରମୁଳି ଔଷଧ ଦେଇଥିଲେ କରୁଣାକର l ତେବେ କିଛି ଦିନ ପରେ ସେହି ବାଳକର ମୃତ୍ୟୁ ଘଟିଥିଲା l ଏହାପରେ ଗାଁରେ ବୈଠକ କରି କରୁଣାକରଙ୍କୁ ଦାୟୀ କରିଥିଲେ l ଗତ ଜୁଲାଇ ୨୮ ତାରିଖରେ କିଛି ଲୋକ ସ୍ଥାନୀୟ ଅଙ୍ଗନାୱାଡି କେନ୍ଦ୍ରରେ କରୁଣାକରଙ୍କୁ ରଖି ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ । ପ୍ରବଳ ମାଡ଼ ମାରି କରୁଣାକରଙ୍କୁ ହତ୍ୟା କରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ମୋହନା ପୋଲିସ କୁସୁମପୁର ଗାଁରେ ପହଞ୍ଚି ତନାଘନା କରିବା ସହ ପୋତା ଯାଇଥିବା ସ୍ଥାନରୁ ମୃତଦେହ ଉଦ୍ଧାର କରିଛି ପୋଲିସ l ଏହି ଘଟଣାରେ ୮ ଜଣକୁ ପୋଲିସ ଅଟକ ରଖି ତଦନ୍ତ କରୁଛି l ଏଥିରେ ଆହୁରି କିଛି ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି l ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି  l

You Can Read:

‘EKTA’ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମାଧୁରୀ ଦୀକ୍ଷିତ, ମୁଖ୍ୟମନ୍ତ୍ରୀ କହିଲେ- ହସ୍ତତନ୍ତ ହେଉଛି ଆମର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.