ଭୁବନେଶ୍ୱର ୦୭/୦୮: ଆଜି ଜାତୀୟ ହସ୍ତତନ୍ତ ଦିବସ। ଜନତା ମଇଦାନରେ ଆୟୋଜିତ ହୋଇଛି ହସ୍ତତନ୍ତ ମେଳା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରିଛନ୍ତି । ତେବେ ସାମିଲ ହୋଇଥିଲେ ବଲିଉଡ୍ର ଧକ୍ଧକ୍ ଗାର୍ଲ ।
ଏହି ଅବସରରେ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ତଥା ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ନୂଆ ବ୍ରାଣ୍ଡ ଆମ୍ବାସଡର୍ ଭାବେ ମାଧୁରୀଙ୍କ ନାଁ ଘୋଷଣା କରଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ହସ୍ତତନ୍ତର ପ୍ରଚାର ପ୍ରସାର କରିବେ ମାଧୁରୀ । ଆସନ୍ତା ବର୍ଷେ ପର୍ଯ୍ୟନ୍ତ ବ୍ରାଣ୍ଡ ଆମ୍ବାସଡର୍ ଦାୟିତ୍ବ ତୁଲାଇବେ ମାଧୁରୀ ।
ସୂଚନା ଥାଉକି, ଉଦ୍ଘାଟିତ ହୋଇଛି ଜାତୀୟ ହସ୍ତତନ୍ତ ଦିବସ-୨୦୨୫ । ଓଡ଼ିଶାରେ ‘EKTA’ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ସାମିଲ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ତେବେ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ‘ଏକତା’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଓଡ଼ିଶା ହସ୍ତକଳା ଏବଂ ଶାଢୀର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ ମାଧୁରୀ ।