ଭୟଙ୍କର ସଡ଼କ ଦୁର୍ଘଟଣା, ଡିଭାଇଡରକୁ ପିଟି କାରକୁ ଧକ୍କା ଦେଲା ଟ୍ରକ, ୩ ମୃତ

NEWS7
youth-commits-suicide-after-make-a-video-in-khurda

ଗଜପତି: ଆନ୍ଧ୍ରର ବାରୁଆ ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଛୋଟ ଝିଅ ସହ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାଲେଶ୍ବରରୁ ବିଶାଖାପାଟଣା ଯାତ୍ରା କରିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗଜପତି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଳମ ଜିଲ୍ଲା ସୋମପେଣ୍ଟ ମଣ୍ଡଳ ଅନ୍ତର୍ଗତ ବାରୁଆ ଛକର ଜାତୀୟ ରାଜପଥରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ।

ଦୁଇଚକିଆ ଯାନକୁ ବଞ୍ଚାଇବାକୁ ଯାଇ ନିୟନ୍ତ୍ରଣ ହରାଇ ଏକ ଟ୍ରକ ପ୍ରଥମେ ଡିଭାଇଡରକୁ ଧକ୍କା ଦେଇ, ପରେ ଅନ୍ୟ ପାର୍ଶ୍ୱରୁ ଆସୁଥିବା ଏକ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା । କାରରେ ଚାଳକଙ୍କ ସମେତ ପାଞ୍ଚଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ୧୦ ବର୍ଷିଆ ଝିଅ ଏବଂ ଜଣେ ଶିଶୁକନ୍ୟାଙ୍କୁ ସ୍ଥାନୀୟ ଚିକିତ୍ସାଳୟକ ନେବା ସମୟରେ ଉଭୟଙ୍କ ମୃତ୍ୟୁ ଘଟିଥିବାର ଜଣାଯାଇଛି ।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କାର ଚାଳକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟ ଜଣେ ନାବାଳିକା କୋମାରେ ରହି ଚିକିତ୍ସିତ ହେଉଥିବାର ସୂଚନାରୁ ଜଣାପଡିଛି । ତେବେ ମୃତକ ଓ ଆହତଙ୍କ ସଠିକ୍ ପରିଚୟ ମିଳିନଥିଲେ ମଧ୍ୟ ସେମାନେ ସମସ୍ତେ ବାଲେଶ୍ବରରୁ ଆନ୍ଧ୍ରର ବିଶାଖାପାଟଣା ଯାଉଥିଲେ। ମହିଳା ଜଣକ ବିଶାଖାପାଟଣାର ସ୍ଥଳସେନା ବାହିନୀରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାର ଜଣାପଡିଛି ।