ମା' ଭଗବତୀଙ୍କ ମାଟିରେ ଯୋଗୀଙ୍କ ପ୍ରଚାର ; କହିଲେ- ଜଗନ୍ନାଥ ଶକ୍ତି ଦିଅନ୍ତୁ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢିବୁ

Published By : Prameya-News7 Bureau | May 23, 2024 IST

ଖୋର୍ଦ୍ଧା ୨୩।୦୫ : ଚିଲିକା ବାଣପୁରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନସଭା । ଏହି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଆଗାମୀ ଦିନରେ ଓଡିଶା ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି । ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ । ଏଠାରେ ଡବଲ ଇଞ୍ଜିନର ସରକାର ହେବ । ଓଡିଶାରେ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ଗୋ ମାଫିଆଙ୍କୁ ସାବାଡ଼ କରିବ ବିଜେପି ସରକାର । 

ଜନସଭା ଆରମ୍ଭ ପ୍ରଥମେ କଂଗ୍ରେସକୁ ଟାର୍ଗେଟ କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଥିଲେ ଯେ, ଆଜି ବି ଭାରତରେ ଏମିତି ଲୋକ ଅଛନ୍ତି । ଯେଉଁମାନେ କି ଭାରତରେ ରହିବେ ଭାରତର ଖାଇବେ, କିନ୍ତୁ ଗାଇବେ ପାକିସ୍ତାନର । ସେମାନେ ଜାଣିପାରୁନାହାନ୍ତି କି ପାକିସ୍ତାନରେ ଯେତେ ଜନସଂଖ୍ୟା । ତାଠାରୁ ଅଧିକ ଲୋକଙ୍କୁ ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ମାଗଣାରେ ରାସନ ଯୋଗାଇ ଦେଉଛି । ସାରା ବିଶ୍ୱ ଦେଖିଛି ଭାରତର ପରାକ୍ରମ । ଏହା ହେଉଛି ମୋଦିଙ୍କ ଭାରତ, ଯିଏ ବଦ୍‌ମାସୀ କରିବ, ତାକୁ ସାବାଡ଼ କରାଯିବ । ମୋଦିଙ୍କ ନେତୃତ୍ବରେ ସୁରକ୍ଷା, ସମ୍ମାନ, ବିକାଶ ସବୁ ହୋଇଛି । ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ମୋଦି ଶ୍ରୀରାମ ମନ୍ଦିର କରିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବା ଦରକାର । ଏହାର ଏକମାତ୍ର ବିକଳ୍ପ ହେଉଛି ବିଜେପି । ତେଣୁ ବିଜେପିକୁ ସରକାର ଗଢିବାକୁ ସୁଯୋଗ ଦିଅନ୍ତୁ । ଦେଖିବେ ବିକାଶ ହିଁ ବିକାଶ ହେବ । ରାଜ୍ୟ କିଛି ବାବୁମାନଙ୍କର ହିଁ ସରକାର ଚାଲିଛି ।ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି । ବିଜେପିର ଚାର୍‌ଶୋ ପାର୍‌ ଶୁଣି ବିଜୁ ଜନତା ଦଳର ମୁଣ୍ଡ ବୁଲାଇଲାଣି । ରାଜ୍ୟରେ ଏମାନେ ତ ସରକାର କରିପାରିବେନି । ତେଣୁ ନିର୍ବାଚନରେ ଏମାନଙ୍କୁ କାହିଁକି ଜିତାଇବେ । ଏଠାରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅପମାନ କଲା ଭଳି କାମ ଚାଲିଛି । ତେଣୁ ବିଜେପିକୁ ଥର ସୁଯୋଗ ଦିଅନ୍ତୁ । ଉତ୍ତରପ୍ରଦେଶ ଭଳି ଓଡିଶାରେ ମାଫିଆଙ୍କ ଘରେ ବୁଲ୍‌ଡୋଜର ଚଲାଇବ ବିଜେପି । 

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.