Yashasvi Jaiswal: ମୁମ୍ୱାଇ ଛାଡ଼ିଲେ ଜୈସ୍ୱାଲ, ଏହି ଟିମ୍ ପାଇଁ ଖେଳିବେ ଘରୋଇ କ୍ରିକେଟ୍

Published By : Prameya-News7 Bureau | April 02, 2025 IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଓପନର ଯଶସ୍ୱୀ ଜୈସ୍ୱାଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲ୍‌ରେ ରାଜସ୍ଥାନ ପାଇଁ ଭଲ ପ୍ରଦର୍ଶନ କରିପାରି ନଥିବା ଜୈସ୍ୱାଲ ନିଜର ପୁରୁଣା ଟିମ୍ ଛାଡ଼ିବେ । ଏନେଇ ସେ ଚିଠି ଲେଖି ମଧ୍ୟ ଜଣାଇଛନ୍ତି । ଯଶସ୍ୱୀ ଜୈସ୍ୱାଲ ଘରୋଇ କ୍ରିକେଟରେ ମୁମ୍ୱାଇ ଟିମ୍ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ମୁମ୍ୱାଇ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜୈସ୍ୱାଲ ମୁମ୍ୱାଇ କ୍ରିକେଟ୍ ସଂଘକୁ ଚିଠି ଲେଖି ମୁମ୍ୱାଇ ପରିବର୍ତ୍ତନ ଗୋଆ ପାଇଁ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ମୁମ୍ୱାଇ କ୍ରିକେଟ୍ ସଂଘ (ଏମସିଏ) ଜୈସ୍ୱାଲଙ୍କ ଏହି ଆବେଦନକୁ ସ୍ୱୀକାର କରିଛି । ୨୩ ବର୍ଷୀୟ ଓପନର ଜୈସ୍ୱାଲ ଏବେ ୨୦୨୫-୨୬ ସିଜିନରେ ଗୋଆ ପାଇଁ ଖେଳିବେ । ମୁମ୍ୱାଇ କ୍ରିକେଟ୍ ସଂଘର ଜଣେ ଅଧିକାରୀ କହିଛନ୍ତି, 'ଏହା ଆଶ୍ଚର୍ଯ୍ୟଜନକ ଅଟେ । ସେ କିଛି ଭାବି ବିଚାରି ଏହି ପଦକ୍ଷେପ ନେଇଥିବେ । ଆମେ ତାଙ୍କ ଅନୁରୋଧକୁ ସ୍ୱୀକାର କରିଛୁ ଏବଂ ତାଙ୍କୁ ରିଲିଜ୍ କରିଦିଆଯାଇଛି ।'

ଜୈସ୍ୱାଲ ମୁମ୍ୱାଇ ପକ୍ଷରୁ ଶେଷ ଥର ପାଇଁ ଜାମ୍ମୁ କାଶ୍ମୀର ବିପକ୍ଷରେ ଜାନୁଆରୀ ୨୩-୨୫ରେ ରଣଜୀ ଟ୍ରଫିର ଲିଗ୍ ମ୍ୟାଚ୍ ଖେଳିଥିଲେ । ଦୁଇଟି ଇନିଂସରେ ସେ ୪ ଓ ୨୬ ରନ୍ କରିଥିଲେ । ସେହି ମ୍ୟାଚ୍‌ରେ ରଣଜୀ ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ମୁମ୍ୱାଇକୁ ହରାଇଥିଲା ଜାମ୍ମୁ କାଶ୍ମୀର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.