ଡାଇରେକ୍ଟର ହେଲେ ଅରିଜିତ ସିଂହ , ନିଜର ପ୍ରଥମ ପ୍ୟାନ୍ ଇଣ୍ଡିଆ ଫିଲ୍ମର ପ୍ରସ୍ତୁତିରେ ସିଙ୍ଗର

Published By : Prameya-News7 Bureau | July 15, 2025 IST

ମୁମ୍ୱାଇ – ବଲିଉଡର ପ୍ରସିଦ୍ଧ ସିଙ୍ଗର ଅରିଜିତ ସିଂହ ଏବେ ଡାଇରେକ୍ଟରର ଚେୟାର ସମ୍ଭାଳିବାକୁ ଯାଉଛନ୍ତି। ସେ ଏବେ ଡାଇରେକ୍ଟର ହେବେ। ନିଜର ପ୍ରଥମ ପ୍ୟାନ୍‌ ଇଣ୍ଡିଆ ଫିଲ୍ମ ଡାଇରେକ୍ଟ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ଅରିଜିତଙ୍କ ଡାଇରେକ୍ସନରେ ନିର୍ମିତ ହେଉଥିବା ଫିଲ୍ମ ‘ଜଙ୍ଗଲ ଆଡଭେଞ୍ଚର’ ହେବ ଏବଂ ଏହି ଫିଲ୍ମକୁ ମହାବୀର ଜୈନଙ୍କ ପ୍ରଡକ୍ସନ କମ୍ପାନୀ ମହାବୀର ଜୈନ ଫିଲ୍ମସ ପ୍ରଡ୍ୟୁସ କରୁଛି।

ପିଙ୍କଭିଲାର ରିପୋର୍ଟ ଅନୁସାରେ , ଅରିଜିତି ସିଂହ କୋୟଲ ସିଂହଙ୍କ ସହ ମିଶି ଏହି ଫିଲ୍ମର କାହାଣୀ ଲେଖିଛନ୍ତି। ଏବେ ଫିଲ୍ମର କାଷ୍ଟିଂ ଓ ପ୍ରି-ପ୍ରଡକ୍ସନ ଉପରେ କାମ ଚାଲିଛି। ଖୁବ୍‌ ଶୀଘ୍ର ଟିମ୍‌ ଫିଲ୍ମର ଟାଇଟଲ ଓ ଆକ୍ଟର୍ସଙ୍କ ନାମ ଘୋଷଣା କରିବ।

ଅରିଜିତ ସିଂହ ସଙ୍ଗୀତରେ ଯେଉଁ ସଫଳତା ହାସଲ କରିଛନ୍ତି , ତାହା ଇତିହାସରେ ଲିପିବଦ୍ଧ ରହିଛି। ସେ ନିରନ୍ତର ଅନେକ ବର୍ଷରୁ ସ୍ପଟିଫାଏରେ ସବୁଠୁ ଅଧିକ ଫଲୋ କରାଯାଉ ଥିବା ଇଣ୍ଡିଆନ ଆର୍ଟିଷ୍ଟ ହୋଇ ରହିଛନ୍ତି। ତାଙ୍କୁ ଦୁଇଟି ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ମିଳି ସାରିଛି। ଏବେ ତାଙ୍କର ଏହି ନୂଆ ପଦକ୍ଷେପ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ଦିଗରେ ବଡ଼ ପରିବର୍ତ୍ତନ ସାବ୍ୟସ୍ତ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.