ମୁମ୍ଵାଇ ୧୬।୦୭; ବଲିଉଡର ଲଭେବଲ କପଲ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା। ସେମାନେ ତାଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି । କିଆରା ମୁମ୍ଵାଇର ରିଲାଏନ୍ସ ହସ୍ପିଟାଲ୍ରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରିପୋର୍ଟ ଅନୁସାରେ, ମା’ ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ହେଲେ ଦୁହିଁଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଫେବୃଆରୀ ୨୦୨୩ରେ ରାଜସ୍ଥାନରେ ଉଭୟ ବିବାହ କରିଥିଲେ । କିନ୍ତୁ ସୋସିଆଲ ମିଡିଆରେ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏହି ଯୋଡ଼ି ଚଳିତ ବର୍ଷ ଫେବୃଆରୀ ୨୮ରେ ଏକ ହୃଦୟସ୍ପର୍ଶୀ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରେଗନେନ୍ସି ଖବର ଘୋଷଣା କରିଥିଲେ। ପୋଷ୍ଟରେ ସେମାନେ ଜୋତା ଧରି ଥିବା ଫଟୋ ସେୟାର କରି ଲେଖିଥିଲେ, “ଆମ ଜୀବନର ସବୁଠାରୁ ବଡ଼ ଉପହାର… ଶୀଘ୍ର ଆସୁଛି।” ଏହି ଘୋଷଣା ପରେ କିଆରା ୨୦୨୫ ମେଟ ଗାଲାରେ ତାଙ୍କ ବେବି ବମ୍ପ ସହିତ ନଜର ଆସିଥିଲେ, ଯାହା ଖୁବ୍ ଚର୍ଚ୍ଚାର ବିଷୟ ହୋଇଥିଲା।
ସିଦ୍ଧାର୍ଥ ଏବଂ କିଆରା ପ୍ରଥମେ ଶେରଶାହରେ ସେମାନଙ୍କର କେମେଷ୍ଟ୍ରି ସମସ୍ତଙ୍କ ହୃଦୟ ଜିତିଥିଲେ। ଯେଉଁଠାରେ ସିଦ୍ଧାର୍ଥ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ଅଭିନୟ କରିଥିବା ବେଳେ କିଆରା ତାଙ୍କ ପ୍ରେମିକା ଡିମ୍ପଲ ଚିମାଙ୍କ ଭୂମିକାରେ ନଜର ଆସିଥିଲେ । ସେମାନଙ୍କର ରିଲ-ଲାଇଫ୍ ପ୍ରେମ କାହାଣୀ ଏକ ବାସ୍ତବ ପ୍ରେମ କାହାଣୀରେ ପରିଣତ ହୋଇଥିଲା ଏହି ଦମ୍ପତି ୨୦୨୩ ମସିହା ଫେବୃଆରୀ ୭ରେ ରାଜସ୍ଥାନର ଜୟସଲମେରସ୍ଥିତ ସୂର୍ଯ୍ୟଗଢ଼ ପ୍ୟାଲେସରେ ବିବାହ କରିଥିଲେ ।