LIVE TV
LIVE TV

ଅତିରିକ୍ତ ବଜେଟ୍: ଚାଷୀଙ୍କ ଇନପୁଟ ସହାୟତା ପାଇଁ ୮୫୦ କୋଟି ଟଙ୍କା ବ୍ୟୟବରାଦ

NEWS7
world-blood-cancer-day-is-observed-by-institute-of-medical-sciences--allied-hospitals

ନୂଆଦିଲ୍ଲୀ:ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ୍। ଗୃହରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ଅଧିନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ପାଇଁ ୩ ହଜାରକୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରିହାତି ପାଇଁ୧୩୨୫କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସମୃଦ୍ଧ କୃଷକ ଯୋଜନା ଅଧୀନରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟଏବଂଇନପୁଟ୍ସହାୟତା ପାଇଁ 850 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ କୁକୁଡ଼ା ପାଳନ ବିକାଶ ପାଇଁ୧୩୭କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା (MKY)-ଗୋପାଳନ ପାଇଁ୯୧କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ପାଇଁ117କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଜଳ ନିଅଣ୍ଟ ଥିବା ଅଞ୍ଚଳରେ ଭୂତଳ ଜଳର ସହନୀୟ ଉତ୍ତୋଳନ ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଚାଷୀଙ୍କୁ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ପ୍ୟାକ୍ସ ପାଇଁ 300 କୋଟି ଟଙ୍କା ଏବଂ ସମବାୟ ସଂସ୍ଥାଗୁଡ଼ିକର ଭିତ୍ତିଭୂମି ଭିଭୂମି ବିକାଶ ପାଇଁ ୯୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।