ମହିଳାଙ୍କ ମୃତ୍ୟୁ ସସ୍‌ପେନ୍ସ : ଡାକ୍ତରଖାନାରୁ ମୃତଦେହ ଜବତ, ସ୍ୱାମୀକୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | August 16, 2025 IST

ଢେଙ୍କାନାଳ ୧୬।୮: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଧିନସ୍ଥ ଭାପୁର ଫାଣ୍ଡି ଅଞ୍ଚଳରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ତେବେ ଉକ୍ତ ମହିଳାଙ୍କୁ ଶାଶୁଘରେ ପିଟି ପିଟି ହତ୍ୟା କରିଥିବା ମହିଳାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ମହିଳାଙ୍କ ମୃତଦେହକୁ ଭାପୁର ଫାଣ୍ଡି ପୋଲିସ ଆଠଗଡ଼ ଡାକ୍ତରଖାନାରୁ ଜବତ କରିଛି । ମୃତ ମହିଳା ଗଙ୍ଗାଧର ପ୍ରସାଦ ଗ୍ରାମର ରଶ୍ମିତ ପାତ୍ରଙ୍କ ପତ୍ନୀ ବୋଲି ଜଣାପଡିଛି । ଏ ସମ୍ପର୍କରେ ଭାପୁର ଫାଣ୍ଡି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ସ୍ୱାମୀ ରଶ୍ମିତ ପାତ୍ରଙ୍କୁ ଫାଣ୍ଡିରେ ଅଟକ ରଖିଛି । ପୋଲିସ  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ  ତଦନ୍ତ ଜାରି ରଖିଛି । 

ସୂଚନାଯୋଗ୍ୟ ଯେ, କଟକ ମଣିଆବନ୍ଧ ଥାନା ଅନ୍ତର୍ଗତ କସିକିଆରୀ ଗ୍ରାମର କେଶବ ଦାସଙ୍କ ଝିଅ ୭ ବର୍ଷ ପୂର୍ବେ ରଶ୍ମିତ ପାତ୍ରଙ୍କୁ ବିବାହ କରିଥିଲେ । ରଶ୍ମିତ ଜଣେ ଅଟୋ ଡ୍ରାଇଭର ବୋଲି ଜଣାପଡିଛି । ତେବେ ବିବାହ ପରଠାରୁ ବାପଘରୁ ଟଙ୍କା ପଇସା ଆଣିବାକୁ କହି ବାରମ୍ବାର ମାଡ଼ ମାରିବା ସହିତ ସ୍ୱାମୀ ଓ ଶାଶୁ ଘର ଲୋକେ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ତେବେ ତାଙ୍କ ଝିଅଙ୍କ ମୃତ୍ୟୁ ଖବର ପାଇ ବାପଘର ଲୋକେ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଥିବା ଦେଖିଥିଲେ ।


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.