ରାଜ୍ୟସଭା ନିର୍ବାଚନ ନେଇ ଆସିଲା ସରଗରମ ଖବର, ଦିଲ୍ଲୀପ ରାୟ ହୋଇପାରନ୍ତି ସ୍ୱାଧୀନ ପ୍ରାର୍ଥୀ

NEWS7
woman-injured-in-murder-attempt-of-in-law-in-soro

ଭୁବନେଶ୍ୱର ୦୩।୦୩: ରାଜ୍ୟସଭା ନିର୍ବାଚନରେ ଏକ ବଡ଼ଖବର ଆସିଛି । ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ହୋଇପାରନ୍ତି ସ୍ୱାଧୀନ ପ୍ରାର୍ଥୀ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବର୍ତ୍ତମାନର ବିଜେପି ନେତାର ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ଖବର ରାଜ୍ୟ ରାଜନୀତିରେ ନୂଆ ହଇଚଇ ସୃଷ୍ଟି କରିଛି । ଏପିରିକି ଦିଲ୍ଲୀପ ରାୟ ଆସନ୍ତା ୫ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କ ଦାଖଲ କରିବାର ସୂଚନା ମିଳିଛି । ବିଜେପି ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ହଠାତ୍ ଦିଲ୍ଲୀପ ରାୟ ପ୍ରାର୍ଥୀତ୍ୱର ଖବର ନେଇ ଚର୍ଚ୍ଚା ଜୋର ଧରିଛି । ଏହାପୂର୍ବରୁ ବିଜୁ ଜନତା ଦଳ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ୪ର୍ଥ ପ୍ରାର୍ଥୀ ଭାବେ ଉଭା ହୋଇଥିବା ଡ, ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଛି । ୪ଟି ରାଜ୍ୟସଭା ଆସନ ପାଇଁ ଶାସକଓ ବିରୋଧୀ ଶିବିରରୁ ୪ଜଣଙ୍କ ପ୍ରାର୍ଥୀତ୍ୱ ଘୋଷଣା କରାଯାଇଥିବା ବେଳେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ହେଲେ ଗଣିତ ଓଲଟପାଲଟ ହୋଇପାରେ । ୨୦୦୨ରେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ବିଜେଡିର ବିରୋଧ ସତ୍ତ୍ୱେ କ୍ରସ ଭୋଟିଂରେ ବାଜି ମାରିଥିଲେ ଦିଲ୍ଲୀପ । ସେ ରାଜ୍ୟର ଜଣେ ବରିଷ୍ଠ ରାଜନେତା । କେନ୍ଦ୍ର ଓ ରାଜ୍ୟରେ ମନ୍ତ୍ରୀ ପଦ ସହ ସାଂସଦଏବଂ ବିଧାୟକ ଭାବେ ମଧ୍ୟ ତାଙ୍କର ଅଭିଜ୍ଞତା ଏବଂ ପରିଚିତି ରହିଛି । ତେଣୁ ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରି ରାଜ୍ୟସଭା ଭୋଟ ଗଣିତ ବଡ଼ ରୋଚକ କରିବାର ଆଶଙ୍କା ସୃଷ୍ଟି ହୋଇଛି ।