ମୁମ୍ୱାଇ ୧୬/୦୧: ଜାନୁଆରୀ ୧୩ ରୁ ଆରମ୍ଭ ହୋଇଛି ମହାକୁମ୍ଭ ମେଳା ୨୦୨୫ । ପୃଥିବୀର ସବୁଠାରୁ ବୃହତ ମେଳା । ମେଳାରେ ସାମିଲ ହେଉଛନ୍ତି ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଲୋକମାନେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ପୋଷ୍ଟ ଓ ଭିଡିଓ । ଏହାରି ଭିତରେ ଭାଇରାଲ ହେଉଛି ଜଣେ ୟୁଜର୍ସଙ୍କ ପୋଷ୍ଟ ।
Xରେ ୟୁଜର୍ସ ଲେଖିଛନ୍ତି ଅଢେଇ ଘଣ୍ଟାର ଅପେକ୍ଷା ପରେ ମିଳିଛି ଫଳ । ନାଗା ସାଧୁଙ୍କ ପ୍ରତି ତାଙ୍କର ଥିବା ଦୃଷ୍ଟିକୋଣକୁ ଦର୍ଶାଉଥିବା ଭିଜୁଆଲ୍ ସେ ସେୟାର କରିଥିଲେ। ୟୁଜର୍ସ ଲେଖିଛନ୍ତି ଯେ, ସଙ୍ଗମରେ ଅଢ଼େଇ ଘଣ୍ଟା ଅପେକ୍ଷା କରିବା ପରେ ନାଗା ସାଧୁଙ୍କ ଦୃଶ୍ୟ କଏଦ କରିଥିଲି । ଯେମିତି ଲାଗୁଥିଲା ମୋ ଜୀବନ ଛାଡିଯିବକି । ପ୍ରାୟତଃ ମୁଁ ଚାପି ହୋଇରହିଥିଲି । "ଅଢ଼େଇ ଘଣ୍ଟା ଅପେକ୍ଷା କରିଥିଲ, ଯେମିତି ଲାଗୁଥିଲା ମୁଁ ଛେଳି ମେଣ୍ଢା ଗହଳିରେ ପଶିଯାଇଛି । ଶେଷରେ ସକାଳ ୬ଟାରେ ନାଗା ସାଧୁଙ୍କ ଦର୍ଶନ ପାଇଥିଲି । ତା'ପରେ ମୁଁ ସେମାନଙ୍କ ସହିତ ସଙ୍ଗମ ଅଭିମୁଖେ ଗଲି, ତଥାପି ପ୍ରାୟ ଅଣନିଶ୍ୱାସୀ ହୋଇଯାଇଥିଲି । ତା’ପରେ ମୁଁ ସଙ୍ଗମକୁ ଫେରିଗଲି ଓ ସ୍ନାନ କରିବାର ସୁଯୋଗ ପାଇଥିଲି ।
X ରେ ପୋଷ୍ଟ:
ଥଣ୍ଡା ଓ ଘନ କୁହୁଡ଼ି ସତ୍ତ୍ୱେ, ୨୦୨୫ ମହାକୁମ୍ଭରେ ଯୋଗ ଦେବା ପାଇଁ ଶ୍ରଦ୍ଧାଳୁମାନେ ଉତ୍ତର ପ୍ରଦେଶର ପ୍ରୟାଗରାଜକୁ ଆସୁଛନ୍ତି । ପୃଥିବୀର ସବୁଠାରୁ ବଡ଼ ସମାବେଶ ଭାବରେ ପରିଚିତ ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ କୋଣରୁ ସାଧୁ ସନ୍ଥ ସାମିଲ ହେଉଛନ୍ତି । ସମାଜର ପ୍ରତ୍ୟେକ ବର୍ଗରୁ ଭକ୍ତମାନେ ସାମିଲ ହେଉଛନ୍ତି ।
କହିବାକୁ ଗଲେ ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀଙ୍କ ପବିତ୍ର ସଙ୍ଗମ ସ୍ଥଳ । ଏହି ପବିତ୍ର ଜଳରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ପାପ ଧୋଇ ହୋଇଯାଇଥାଏ । ଜୀବନ ଓ ମୃତ୍ୟୁର ଚକ୍ରରୁ ମିଳେ ବୋଲି ବିଶ୍ୱାସ ରହିଛି । ମକର ସଂକ୍ରାନ୍ତି ଅବସରରେ ଚାରି କୋଟି ଲୋକ ସଙ୍ଗମରେ ବୁଡ଼ ପକାଇଥିଲେ ।
ସେପଟେ ସୋସିଆଲ ମିଡିଆରେ ମହିଳାଙ୍କ ପୋଷ୍ଟ ପରେ ଜଣେ ବ୍ୟକ୍ତି ଲେଖିଛନ୍ତି, "ଅକଳ୍ପନୀୟ! ଉତ୍ସବର ମହାନତା ଯେକୌଣସି ବ୍ୟକ୍ତିଙ୍କ ମେରୁଦଣ୍ଡକୁ ଥରହର କରିଦେବା ପାଇଁ ଯଥେଷ୍ଟ" । ତୁମେ ଜଣେ ଧନ୍ୟ ଆତ୍ମା," ଆଉ ଜଣେ କହିଥିଲେ । ତୃତୀୟ ଜଣ କହିଥିଲେ"ବାଃ! ଚମତ୍କାର ପରିବେଶ ! ଭାଗ୍ୟବାନ ତୁମେ ମହିଳା!"