ଭଦ୍ରକ ୧୪।୮: ରୋଗ ଭଲ କରିବାକୁ ଯାଇଥିଲେ ମେଡ଼ିକାଲ, ହେଲେ ଶବ ହୋଇ ଫେରିଲେ । ପେଟ କାମୁଡା ରୋଗୀଙ୍କୁ ଭୁଲ୍ ଇଞ୍ଜେକସନ ଦେଲେ ଦାନ୍ତ ଡ଼ାକ୍ତର । ଯେଉଁଥି ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ଏହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି । ମୃତଦେହ ରଖି ସମ୍ପର୍କୀୟ ଓ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି । ମେଡିକାଲରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପୂରିପଡ଼ା ଗାଁର ବିନୋଦିନୀ ରାଉତଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅଭିଯୋଗ ଅନୁଯାୟୀ ସେଠାରେ ଦାୟିତ୍ଵରେ ଥିବା ଜଣେ ଦାନ୍ତ ଡାକ୍ତର ଇଞ୍ଜେକସନ ଦେବା ପରେ ସ୍ଥିତି ବିଗିଡ଼ିଥିଲା । ପରିବାର ଲୋକେ ବିନୋଦିନୀଙ୍କୁ ଯାଜପୁର ମେଡିକାଲକୁ ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସେଠାରେ ଶବ ବ୍ୟବଚ୍ଛେଦ ପରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମୃତଦେହ ରଖିଛନ୍ତି । କ୍ଷତିପୂରଣ ସହ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।
You Can Read:
ବଡ଼ ଧରଣର ମାଓ ବିରୋଧୀ ଅପରେସନ : ଭାଙ୍ଗିଲେ ମାଓବାଦୀଙ୍କ ସହିଦ ସ୍ତମ୍ଭ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ