ଡିଭାଇଡରରେ ପିଟିହୋଇ ଓଲଟିଲା କାର୍ : ମହିଳା ମୃତ, ବର୍ତ୍ତିଗଲେ ୨ ବର୍ଷର ଶିଶୁ ପୁତ୍ର

Published By : Prameya-News7 Bureau | April 26, 2024 IST

ଦେବଗଡ ୨୬।୪: ଦେବଗଡ ଜିଲ୍ଲା ଅନ୍ତର୍ଗତ ବସାଲଇ ଗ୍ରାମ ନିକଟରେ ୪୯ ନମ୍ବର ଜାତୀୟ   ରାଜପଥରେ କାର ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା  ଜଣଙ୍କ ହେଲେ ରାଉରକେଲା ସେକ୍ଟର-୫ ଗୋଲଘର ଅଞ୍ଚଳର ମଞ୍ଜୁ ଭୋଳ । ମୃତ ମହିଳା ତାଙ୍କ ପରିବାର ସହ ନିଜର ପୈତୃକ ଘର ଭଞ୍ଜନଗର । ତାମନାଡ ଗ୍ରାମରେ ଥିବା  ଶୈବପୀଠରୁ ମାନସିକ ପୂଜା ସାରି ଦୁଇଟି ଗାଡିରେ ଶୁକ୍ରବାର ଅପରାହ୍ନ ସମୟରେ ଫେରିବା ସମୟରେ ଏହି ଦୁର୍ଘଟଣା  ଘଟିଛି । 

ତେବେ ମୃତ ମହିଳା ମଞ୍ଜୁଙ୍କ ସ୍ବାମୀ ଦେବୀ ପ୍ରସାଦ ଭୋଳ ଦୁର୍ଘଟଣାଗ୍ରସ୍ତ ଗାଡି ଚଳାଉଥିବା ବେଳେ ବସାଲଇ ନିକଟରେ ରାସ୍ତାର ଡିଭାଇଡରକୁ ଧକ୍କା ଦେଇ କାରଟି  ଓଲଟି ପଡିଥିଲା । ଫଳରେ ଦୁର୍ଘଟଣା ସ୍ଥଳରେ  ମଞ୍ଜୁଙ୍କ ମୃତ୍ୟୁ ଘଟିଥିବା ବେଳେ ସେହି ଗାଡିରେ ଥିବା ତାଙ୍କ ଦୁଇ ବର୍ଷର ଶିଶୁ ପୁତ୍ର ଅଳ୍ପକେ ବର୍ତ୍ତିଯାଇଛି । ତାଙ୍କ ୮ ବର୍ଷ ର ଝିଅ ଆରାଧ୍ୟା ଭୋଳ ଓ ଶ୍ବଶୁର ପ୍ରଭାକର ଭୋଳ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଗାଡିଟି ଜବତ କରିବା ସହ ଅଧିକ ତଦନ୍ତ କରୁଛନ୍ତି ।

You Can Read :

ମହାନଦୀ ଡଙ୍ଗା ବୁଡି ଘଟଣାରେ ଓଡିଶା ଓ ଛତିଶଗଡ ସରକାରଙ୍କୁ ରିପୋର୍ଟ ତଲବ : ୬ ସପ୍ତାହରେ ଜବାବ ଦେବାକୁ NHRCଙ୍କ ନିର୍ଦ୍ଦେଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.