ଢେଙ୍କାନାଳ ଏସପି ଅଫିସ ସମ୍ମୁଖରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ, ଅଳ୍ପକେ ବର୍ତ୍ତିଲା ଜୀବନ

Published By : Prameya-News7 Bureau | August 23, 2025 IST

ଢେଙ୍କାନାଳ: ଥାନାରୁ ନ୍ୟାୟ ନ ପାଇବାରୁ ଏସପି ଅଫିସ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ। ଆତ୍ମାହୁତି ଉଦ୍ୟମ ବେଳେ ମହିଳାଙ୍କୁ କାବୁ କରି ନେଇଛନ୍ତି ପୁଲିସ । ମହିଳା ଜଣଙ୍କ  ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗାଁମର ଅମରନାଥ ଜେନାଙ୍କ ପତ୍ନୀ ବୋଲି ଜଣାପଡିଛି। ସେ ସ୍ୱାମୀଙ୍କ ସହିତ ଅନୁଗୁଳର ରୁହନ୍ତି। 

ସୂଚନା ଅନୁଯାୟୀ ମହିଳାଙ୍କ ବାପଘର ଜଗତସିଂହପୁର ଓ ସେ ପ୍ରେମ ବିବାହ କରିଥିବା ଜଣାପଡ଼ିଛି। ମାତ୍ର ତାଙ୍କର ଜଣେ ସମ୍ପର୍କୀୟ ଦିଅରଙ୍କ ମାନସିକ ନିର୍ଯାତନା ସହିନପାରି ବାରମ୍ଵାର ଢେଙ୍କାନାଳର ସଦର ଥାନା ଓ ଟାଉନ ଥାନାକୁ ଗୁହାରି କରିବା ପାଇଁ ଦୌଡୁଥିଲେ। ହେଲେ କେହି ତାଙ୍କ କଥା ନଶୁଣି ପରସ୍ପର ଥାନାକୁ ପଠାଉଥିଲେ। ତେଣୁ ଏଥିରେ ଅତିଷ୍ଠ ହୋଇ ଆଜି ସାଥିରେ ପେଟ୍ରୋଲ ଓ ଡିଆସିଲି ଆଣି ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରିଥିବା ଜଣାପଡିଛି। ପୁଲିସ ପେଟ୍ରୋଲ ଓ ଦିଆସିଲ ସହିତ ମହିଳାଙ୍କୁ ଉଦ୍ଧାର କରିଛି । ଏହି ଘଟଣା ପରେ ଢେଙ୍କାନାଳ ଏସ ପି ଅଭିନବ ସୋନକର  ଉଭୟ ସଦର ଓ ଟାଉନ ଥାନାର ଅଧିକାରୀଙ୍କୁ ଅଫିସକୁ ଡାକି ତନାଘନା କରୁଥିବା ଜଣାପଡିଛି।

Also read: ଆଉ ଦୁଇ ଦିନ ପରେ ସରିବ ଖରିଫ୍ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ, ସରକାରଙ୍କୁ ଘେରିଲେ ବିରୋଧୀ

    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.