ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ : ଚାଷ ସମୟରେ ସୋସାଇଟିରେ ନାହିଁ ସାର, ହେଉଛି କଳାବଜାରୀ

Published By : Prameya-News7 Bureau | August 23, 2025 IST

ଭୁବନେଶ୍ବର ୨୩।୮: ଚାଷୀ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ଚାଷୀ ଏବେ ଅସନ୍ତୁଷ୍ଟ ଏବଂ କ୍ଷୁବ୍ଧ । ପଞ୍ଜୀକରଣ ଜଟିଳ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଅଛନ୍ତି । ସମାବେଶର ଠିକ୍ ପୂର୍ବରୁ ସରକାର ତରବରିଆ ଭାବେ ସରଳୀକରଣ କଲେ ବୋଲି ଘୋଷଣା କଲେ । କିନ୍ତୁ ପ୍ରକୃତରେ ଯେପରି କୁହାଗଲା ସେପରି ସରଳୀକରଣ ହୋଇନି । ଚାଷୀକୂଳ ଏହାକୁ ବିରୋଧ କରୁଛନ୍ତି । ଚାଷ ସମୟରେ ସୋସାଇଟିରେ ସାର ନାହିଁ । କଳାବଜାରୀ ହେଉଛି । ତିନି ଚାରି ଗୁଣ ଅଧିକ ଦରରେ ଚାଷୀ ସାର କିଣୁଛନ୍ତି । ଚାଷୀ ମାନଙ୍କ ଉଦ୍ଦେଶ୍ୟରେ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । MSPକୁ ଆଇନସିଦ୍ଧ କରିବା ପାଇଁ ଦାବି ହେଉଛି । ବିଧାନସଭାରେ ବିଜେଡି ଚାଷୀ ପ୍ରସଙ୍ଗ ଉଠାଇବ ବୋଲି ପ୍ରସନ୍ନ ଆଚାର୍ଯ୍ୟ । 

You Can Read:

ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହାତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ଦାରା ସିଂଙ୍କୁ ସଜ୍ଜା ମୁକ୍ତ କରିବାକୁ ହିନ୍ଦୁ ସଂଗଠନର ଦାବି


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.