ଛାଡ଼ପତ୍ର ପାଇଁ କେସ୍‌ ଫାଇଲ୍‌ କଲେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା , ଅଭିନେତାଙ୍କ ଉପରେ ଲଗାଇଲେ ବଡ଼ ଅଭିଯୋଗ : ରିପୋର୍ଟ

Published By : Prameya-News7 Bureau | August 22, 2025 IST

ମୁମ୍ୱାଇ : ଗୋବିନ୍ଦା ଓ ସୁନୀତା ଆହୁଜାଙ୍କ ସଂପର୍କରେ ଫାଟ ସୃଷ୍ଟି ହେବା ନେଇ ଅନେକ ଦିନରୁ ଖବର ଆସୁଛି। ଉଭୟଙ୍କର ବାହାଘରକୁ ୩୭ ବର୍ଷ ବିତି ସାରିଛି, କିନ୍ତୁ ଏବେ ଖବର ଆସିଛି ଯେ, ଏହି ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମୟ ଆସିଛି। ଖବର ଅନୁସାରେ, ସୁନୀତା ବାନ୍ଦ୍ରା ସ୍ଥିତି ଫ୍ୟାମିଲ କୋର୍ଟରେ ୫ଡିସେମ୍ୱର ୨୦୨୪ରେ ଛାଡ଼ପତ୍ର ପାଇଁ ଆବେଦନ କରି ଥିଲେ।

ହାଉଟରଫ୍ଲାଇ ଅନୁସାରେ, ସୁନୀତା ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ଗତ ବର୍ଷ ଡିସେମ୍ୱର ମାସରେ ଗୋବିନ୍ଦାଙ୍କ ଠାରୁ ଅଲଗା ହେବା ପାଇଁ ଛାଡ଼ପତ୍ରର ଆବେଦନ ଦାଖଲ କରି ଥିଲେ। ସେ ହିନ୍ଦୁ ମ୍ୟାରେଜ୍‌ ଆକ୍ଟ ଅନୁସାରେ, ନିଷ୍ଠୁରତା ଓ ପ୍ରତାରଣାର କାରଣ ଦର୍ଶାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, କୋର୍ଟ ଗୋବିନ୍ଦାଙ୍କୁ ସମନ ମଧ୍ୟ ପଠାଇ ଥିଲେ, କିନ୍ତୁ ସେ ଯାଇ ନାହାନ୍ତି। ଅନ୍ୟପଟେ, ସୁନୀତା ସବୁ ଶୁଣାଣିରେ ଉପସ୍ଥିତ ରହିଛନ୍ତି। କେବଳ ଏତିକି ନୁହେଁ ଗୋବିନ୍ଦା କୋର୍ଟର କାଉନ୍ସେଲିଂ ସେସନରେ ମଧ୍ୟ ଉପସ୍ଥିତ ନଥିଲେ।

କହି ରଖୁଛୁ କି, ସୁନୀତା ନିକଟରେ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଆରମ୍ଭ କରିଛନ୍ତି ଏବଂ ଏହି ସମୟରେ ସେ କହୁଛନ୍ତି, ମୁଁ ମାଆଙ୍କୁ କହୁଛି କି ମୋର ବାହାଘରରେ ତାଙ୍କର ଆଶୀର୍ବାଦ ବର୍ଷୁ ଥାଉ ,ଯାହାକି ମୁଁ ଏକ ଭଲ ଜୀବନ ଜିଇଁ ପାରିବି। ମୁଁ ମାଆଙ୍କ ଉପରେ ପୂରା ଭରସା କରୁଛି ଏବଂ ସେ ମୋର ସବୁ ଇଚ୍ଛା ପୂରା କରିଛନ୍ତି। ମୁଁ ଗୋବିନ୍ଦାଙ୍କୁ ବିବାହ କଲି ଏବଂ ମୋ ଦୁଇଟି ଭଲ ପିଲା ଅଛନ୍ତି। 

ସୁନୀତା ପୁଣି କାନ୍ଦି କାନ୍ଦି କହୁଛନ୍ତି, କେହି ବି ମୋ ଘର ଭାଙ୍ଗିବାକୁ ଚେଷ୍ଟା କରିବ ... ଯିଏ ମୋର ହୃଦୟକୁ ଦୁଃଖ ଦେବ, ମାଆ କାଳି ସେହି ସମସ୍ତଙ୍କ ବେକ କାଟି ଦେବେ। ଜଣେ ଭଲ ମଣିଷକୁ , ଭଲ ମହିଳାକୁ ଦୁଃଖ ଦେବା ଭଲ କଥା ନୁହେଁ। ମୋର ଆଉ କାହା ଉପରେ ବିଶ୍ୱାସ ନାହିଁ।

କହି ରଖୁଛୁ କି , କିଛି ଦିନ ପୂର୍ବେ ସୁନୀତା ଏକ ଇଣ୍ଟରଭ୍ୟୁରେ କହି ଥିଲେ ଯେ, ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହୁଛନ୍ତି , ତାହା ପୁଣି ଅନେକ ବର୍ଷ ହେବ। ହେଲେ ପରେ, ସେ ସଫେଇ ଦେଇଥିଲେ ଯେ, ଗୋବିନ୍ଦାଙ୍କର ମିଟିଂ ଚାଲୁଛି, ଏଥିପାଇଁ ସେ ଆଉ ଏକ ଘରେ ପିଲାଙ୍କ ସହ ରହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.