ଗୋବିନ୍ଦା-ସୁନୀତାଙ୍କ ଛାଡପତ୍ର ଖବର ଉପରେ ଓକିଲଙ୍କ ବଡ଼ ଖୁଲାସା, କହିଲେ-କୌଣସି ମାମଲା ନାହିଁ...

Published By : Prameya-News7 Bureau | August 23, 2025 IST

ମୁମ୍ଵାଇ ୨୩।୦୮; ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜା। ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲୁନାହିଁ। ସୁନୀତା ଆଉ ଏହି ସମ୍ପର୍କରେ ରହିବାକୁ ଚାହୁଁନାହାନ୍ତି । ଏହି କାରଣରୁ ସେ ଗୋବିନ୍ଦାଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ,ତେବେ ସୁନୀତା ମଧ୍ୟ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ହେଲେ ଏହି ରିପୋର୍ଟରେ କେତେ ସତ୍ୟତା ଅଛି ତାହା କହିବା କଷ୍ଟକର। ଏହି ସମୟରେ ଗୋବିନ୍ଦାଙ୍କ ଓକିଲ ଲଳିତ ବିନ୍ଦ୍ରାଙ୍କ ଏକ ବୟାନ ସାମ୍ନାକୁ ଆସିଛି।

ଗୋବିନ୍ଦାଙ୍କ ଓକିଲ କହିଛନ୍ତି ଯେ ଉଭୟ ଛାଡପତ୍ର ନେଉନାହାଁନ୍ତି, କିମ୍ବା କୌଣସି ମାମଲା ରୁଜୁ ହୋଇନାହିଁ। ସବୁକିଛି ବାହାରେ ସମାଧାନ କରାଯିବ। ସମସ୍ତ ଲୋକ ପୁରୁଣା କଥାକୁ ଉଠାଉଛନ୍ତି। ଏହା ସହିତ ପାରିବାରିକ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସବୁକିଛି ଠିକ୍ ଅଛି। ଗଣେଶ ଚତୁର୍ଥୀରେ ସମଗ୍ର ପରିବାର ଏକାଠି ନଜର ଆସିବେ। ଗୋବିନ୍ଦାଙ୍କ ବନ୍ଧୁ କହିଛନ୍ତି ଯେ ଉଭୟ ୩୮ ବର୍ଷ ଧରି ଏକାଠି ଅଛନ୍ତି। ଅନ୍ୟ ଦମ୍ପତିଙ୍କ ପରି, ସେମାନଙ୍କ ସମ୍ପର୍କରେ ମଧ୍ୟ ଉଥନ-ପତନ ରହିଛି। ସବୁଠାରୁ ବଡ କଥା ଗୋବିନ୍ଦା କେବେ ସୁନୀତାଙ୍କୁ ଛାଡିବେ ନାହିଁ। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି।

ଗୋବିନ୍ଦା ଏବଂ ସୁନୀତାଙ୍କୁ ଅଲଗା ହେବେ ନାହିଁ 

ଗୋବିନ୍ଦଙ୍କ ବନ୍ଧୁ ଆହୁରି କହିଛନ୍ତି, ସୁନୀତାଙ୍କ ବିନା ଗୋବିନ୍ଦା ଅଧୁରା। ସେ ସବୁବେଳେ ତାଙ୍କୁ ସମର୍ଥନ କରିଛନ୍ତି। ସେ ତାଙ୍କ ମୁଡ୍‌କୁ ମଧ୍ୟ ନିୟନ୍ତ୍ରଣ କରନ୍ତି। କହିବାକୁ ଗଲେ, ଗତ ବର୍ଷ ଡିସେମ୍ବରରେ ସୁନୀତା ଗୋବିନ୍ଦାଙ୍କ ଠାରୁ ଅଲଗା ହେବା ପାଇଁ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଏତିକି ହିଁ ନୁହେଁ ସେ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ମଧ୍ୟ କରିଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.