ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ପଡ଼ୋଶୀଙ୍କୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | June 07, 2025 IST

ଆନନ୍ଦପୁର: ପଡ଼ୋଶୀ ଘରର ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଦୁଇ ଭାଇଙ୍କୁ ଅଟକ ରଖିଲା ପୋଲିସ। ଭୋର ସମୟରେ ଘରେ ଏକୁଟିଆ ଥିବା ସମୟରେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା।  ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଦାନ୍ତିଆ ଗାଁରେ। ଅଟକ ଦୁଇଭାଇ ଦୁର୍ଯ୍ୟୋଧନ ମଲ୍ଲିକଙ୍କ ପୁଅ ବ୍ରହ୍ମେଶ୍ବର ଓ ଅରୁଣ ମଲ୍ଲିକଙ୍କ ପୁଅ ବବୁଲୁ। 

ସୂଚନା ଅନୁଯାୟୀ, ଗତ ଗୁରବାର ଭୋର ସମୟରେ ପଡ଼ୋଶୀ ଘରର ଜଣେ ମହିଳା ଘରୁ ବାହାରକୁ ଆସିଥିବା ସମୟରେ ବବୁଲୁ  ଓ ବ୍ରହ୍ମେଶ୍ବର ବଳପୂର୍ବକ ମହିଳାଙ୍କୁ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିବା ନେଇ ସାଇଁକୁଳ ଫାଣ୍ଡିରେ ଅଭିଯୋଗ କରିଥିଲ ପୀଡ଼ିତା ମହିଳା । 

ଆଉ ଅଭିଯୋଗ କ୍ରମେ ତଦନ୍ତ କରି ପୋଲିସ ଶନିବାର ୨ ଯୁବକଙ୍କୁ ଫାଣ୍ଡିରେ ଅଟକ ରଖି ପଚରାଉଚରା ଚଳାଇଛି। ଅନ୍ୟ ପଟେ ନିଜ ପୁଅ ସହ ସପୃକ୍ତ ମହିଳା ପୂର୍ବରୁ ସମ୍ପର୍କ ରଖିଥିବା ଓ ଘଟଣା ପ୍ରଘଟ ହେବାରୁ ସେମାନଙ୍କୁ ଫସାଇଥିବା କହିଛନ୍ତି ଅରୁଣ ମଲ୍ଲିକ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.