ପାକିସ୍ତାନର ହୀନ ପ୍ରକୃତି, ଭାରତ ଉପରେ ଡ୍ରୋନ ହମଲା ସହ ଖୋଲି ଦେଲା ଏୟାରସ୍ପେସ୍, ଉଡାଇଲା ବେସାମରିକ ବିମାନ

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ: ପାକିସ୍ତାନ ପୁଣି ଥରେ ତାର ହୀନ ପ୍ରକୃତିର ପରିଚୟ ଦେଇଛି । ଆତଙ୍କୀଙ୍କୁ ପାଳି ପୋଷୁଥିବା ପାକିସ୍ତାନ କେତେ ତଳକୁ ଖସିପାରେ, ତାରା ଆଉ ଏକ ଉଦାହରଣ ସାମନାକୁ ଆସିଛି । ଗୁରୁବାର ପରି ଶୁକ୍ରବାର ରାତିରେ ବି ପାକିସ୍ତାନ ଭାରତ ଉପରକୁ ଡ୍ରୋନ୍ ଆକ୍ରମଣ କରୁଛି । ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଲଗାତାର ପାକିସ୍ତାନର ଏହି ଉଦ୍ୟମକୁ ବିଫଳ କରୁଛି । ଭାରତ ଉପରେ ଆକ୍ରମଣ କରିବା ସହ ପାକିସ୍ତାନ ନିଜ ହୀନ ରଣନୀତି ଆରମ୍ଭ କରିଛି ।

ଭାରତର ପାଲଟା ଜବାବରୁ ବଞ୍ଚିବା ପାଇଁ ପାକିସ୍ତାନ ନିଜ ନାଗରିକଙ୍କୁ ଢାଲ କରୁଛି । ଆକ୍ରମଣ କରିବା ସହ ନିଜର ଏୟାରସ୍ପେସକୁ ଖୋଲି ଦେଇଛି । ପାକିସ୍ତାନର ବେସାମରିକ ବିମାନଗୁଡ଼ିକୁ ବର୍ଡରରେ ଉଡାଣ ଭରୁଛନ୍ତି । ପାକିସ୍ତାନ ସନ୍ଧ୍ୟା ପର୍ଯ୍ୟନ୍ତ ତାର ଏୟାରସ୍ପେସ ବନ୍ଦ ରଖିଥିଲା । ଫ୍ଲାଇଟ୍ ରାଡାର.କମ୍ ଅନୁଯାୟୀ, ସନ୍ଧ୍ୟା ସୁଦ୍ଧା ପାକିସ୍ତାନର ବାୟୁସୀମାରେ ଗୋଟିଏ ବି ବିମାନ ଉଡ଼ାଣ କରିନଥିଲା । କିନ୍ତୁ ରାତି ହେବା ମାତ୍ରେ ପାକିସ୍ତାନ ସୀମାରେ ଗୁଳିଚାଳନା ଆରମ୍ଭ କରିଛି ଏବଂ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ଛି । ଏହା ସହିତ, ପାକିସ୍ତାନ ତାର ଆକାଶ ମାର୍ଗ ମଧ୍ୟ ଖୋଲିଦେଇଛି । ଉଲ୍ଲେଖଯୋଗ୍ୟ ଯେ ଗତକାଲି ମଧ୍ୟ ପାକିସ୍ତାନ ସମାନ ରଣନୀତି ଆପଣାଇଥିଲା ।

ବିମାନ ଉଡ଼ାଣଗୁଡ଼ିକର ରୁଟ୍ ଦେଖିଲେ, ଏହା ସ୍ପଷ୍ଟ ଯେ ସମସ୍ତ ଉଡ଼ାଣ କେବଳ ଲାହୋର, ଇସଲାମାବାଦ ଏବଂ କରାଚୀକୁ ଯାଉଛି । ଉଲ୍ଲେଖଯୋଗ୍ୟ ଯେ ଗତକାଲି ମଧ୍ୟ ପାକିସ୍ତାନ ମିସାଇଲ୍ ଏବଂ ଡ୍ରୋନ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଏହାର ପ୍ରତ୍ୟେକ ଆକ୍ରମଣ ପ୍ରୟାସକୁ ଭାରତ ବିଫଳ କରିଥିଲା । ଭାରତୀୟ ସେନା ମଧ୍ୟ କଡ଼ା ଜବାବ ଦେଇଥିଲା ।

Also Read: ଜମ୍ମୁରେ ବ୍ଲାକ୍‌ଆଉଟ୍, ସାମ୍ୱା-ଆରଏସପୁରାରେ ବଡ଼ ବିସ୍ଫୋରଣ, ପାକିସ୍ତାନୀ ଡ୍ରୋନକୁ ଆକାଶରେ ନଷ୍ଟ କଲା ଭାରତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.