'ମାଟ୍ରିକ ଫେଲ୍‌'ଙ୍କ ଏବେ ହେବକି ଦ୍ୱିତୀୟ ଇନିଂସ୍ ? ଦିଲ୍ଲୀରେ 'ଲଭ୍ ଇନ୍ ଲଣ୍ଡନ' ଷ୍ଟାଇଲରେ ପ୍ରେମ

Published By : Prameya-News7 Bureau | March 06, 2025 IST

ମାଟ୍ରିକ ଫେଲଙ୍କ ଏବେ ହେବକି ଦ୍ୱିତୀୟ ଇନିଂସ୍। ଲଭ୍ ଇନ୍ ଲଣ୍ଡନ ଷ୍ଟାଇଲରେ ପ୍ରେମ  ଦିଲ୍ଲୀରେ। ଗପ ହୋଇଛି ସତ। ପ୍ରେମ ଚକ୍ରବ୍ୟୁହରେ ସତ ସତିକା ଫଶିଗଲେ କି ଅଭିମନ୍ୟୁ? ବାଳୁଙ୍ଗା ଟୋକା ଏବେ ପୂରା ଦିୱାନା। ପ୍ରେମୀ ନଂ 1 ଶେଷରେ କହିଦେଲେ କି ଆଇ ଲଭ୍ ୟୁ। ଆଉ ବୋଧ ହୁଏ ଜଣେଇ ଦେଲେ ଆମ ଭିତରେ କିଛି ଅଛି...

ଏତେ ସବୁ କଥା କାହାପାଇଁ ଆପଣ ବୁଝି ଯିବେଣି ନିଶ୍ଚୟ। ସୁପରଷ୍ଟାର ଅନୁଭବ ମହାନ୍ତି। ବିବାହ, ବିଚ୍ଛେଦ ଓ ଅଫେଆର୍ ଚର୍ଚ୍ଚା ଏବେ ପଡ଼ିପାରେ ଫଲଷ୍ଟପ୍। କାହିଁକିନା ସବୁ ଅଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ହାତକୁ ଦି ହାତ ହେବେ ଅନୁଭବ। ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବାହାଘର ତାରିଖକୁ ନେଇ ଅନେକ ଦ୍ୱନ୍ଦ୍ୱ ସାମ୍ନାକୁ ଆସିଥିବା ବେଳେ  କିଏ କହିଛନ୍ତି ଆସନ୍ତା  ୧୧ ତାରିଖରେ ବାହାଘର ହେବ ବୋଲି। ତ ଆଉ କିଏ କିଏ କହିଛନ୍ତି ଆସନ୍ତା ଏପ୍ରିଲ୍‌ ୧ ୱେଡିଂ ପକ୍କା । ଏମିତି ଖବର ଏବେ ସୋସିଆଲ୍‌ ମିଡିଆ ଓ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏସବୁ ଭିତରେ ଆଜି ଅର୍ଥାତ୍ ଗୁରୁବାର ଉଭୟଙ୍କ ନିର୍ବନ୍ଧ ବୋଲି ମଧ୍ୟ   କୁହାଯାଉଛି। ଯଦିଓ ଉଭୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।   ତଥାପି ଫ୍ୟାନ୍‌ମାନଙ୍କ ମଧ୍ୟରେ ଏହାକୁ  ନେଇ ଉତ୍ସାହ ବଢିଛି । କେଉଁଦିନ ଓ କେଉଁଠି ଅନୁଭବ ଓ ଜାଗୃତି ବିବାହ ବନ୍ଧନରେ ବାନ୍ଧିହେବେ ତାହା ଉପରେ ସମସ୍ତଙ୍କର  ନଜର ରହିଛି ।

ଆକ୍ଟର ଟର୍ଣ୍ଣ ପଲିଟିସିଆନ୍ ଅନୁଭବ ମହାନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ପରେ ଅନୁଭବଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ଚର୍ଚ୍ଚା  ଲାଗି ରହିଛି । କାରଣ ଦୀର୍ଘବର୍ଷ ହେବ ଅନୁଭବ ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ସହିତ ବିଭିନ୍ନ ଫଟୋ ଅପ୍‌ଲୋଡ୍‌ କରିବା ଚର୍ଚ୍ଚାକୁ ଖୋରାକ୍‌  ଯୋଗାଉଛି । ଏମିତିକି ଅନେକ ସମୟରେ ଉଭୟଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଓ  ଜାଗୃତିଙ୍କ ଦ୍ୱାରା ଅନୁଭବଙ୍କ ଉପରେ ପୁସ୍ତକ ଲେଖିବା ଘଟଣା ମଧ୍ୟ ଚର୍ଚ୍ଚାରେ   ବିଷୟବସ୍ତୁ ପାଲଟିଛି । ଏହାସହ କିଛି   ଦିନ ତଳେ ଜାଗ୍ରତି ଏକ ଗଣମାଧ୍ୟମରେ   ଉଭୟଙ୍କୁ ନେଇ ବିଭିନ୍ନ ମତ ଦେବା ପରେ ଦ୍ୱନ୍ଦ୍ୱ ଅଧିକ ବଢିଥିଲା। ଅନୁଭବ ଓ ଜାଗୃତି ନିକଟରେ ଏକ ପୋଡକାଷ୍ଟରେ ଏକାଠି ନଜର ଆସିଥିଲେ । ଆଉ ଏହି ଏପିଶୋଡ୍ ରେ ଅନୁଭବ ଓ ଜାଗୃତି ଦୁହେଁ ନିଜ ନିଜ ଜୀବନର ଅନେକ ପୃଷ୍ଠା ଖୋଲି ଥିଲେ । ସଂପର୍କ, ବିବାଦ, ପର୍ସନାଲ, ପ୍ରଫେସନାଲ ସହ ଏମିତି ଅନେକ କଥା। କିନ୍ତୁ ଏହାରି ଭିତରେ ଦୁହେଁ ବିବାହ ପାଇଁ ପ୍ରସ୍ତୁତ ଥିବା କହିଥିଲେ। ଉପସ୍ଥାପକ ଯେତେବେଳେ  ଦୁହିଁଙ୍କୁ ବିବାହ କଥା ପଚାରିଥିଲେ, ଜାଗୃତି କହିଥିଲେ ଯଦି ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ ପାଇଁ ରାଜି ହୋଇଯିବେ। ତାହେଲେ ଅନୁଭବଙ୍କ ସ୍ୱୟମ୍ବର ହୋଇଯିବ। ଝିଅଙ୍କ ଲମ୍ବା ଲାଇନ୍ ଲାଗିଯିବ। ନିଜ କଥା କହି ଜାଗୃତି କହିଥିଲେ ଶଗୁନକା ଲିଫାଫା ରେଡି ରଖ। 

ସମାନ ଷ୍ଟାଇଲରେ   ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିବାରେ ରେଡ୍ଡି କି ବୋଲି ଉପସ୍ଥାପକ ପ୍ରଶ୍ନ କରିଥିଲେ। ଅନୁଭବ କହିଥିଲେ, ମୋ ଭାଗ୍ୟରେ ଥିଲେ ମୁଁ ବିବାହ କରିବି। ଯଦି କେହି ମୋତେ ବିବାହ କରିବାକୁ ରାଜି ହେବ ତାହେଲେ ମୁଁ ନିଶ୍ଚୟ କରିବି। ମୋ ଭାଗ୍ୟରେ ଥିଲେ ମୁଁ ବିବାହ କରିବି । ଆଉ ବହୁତ ଜଲଦି କରିବି।  ଝିଅ ବି ବାଛି ସାରିଛି।  ଅନ୍ୟପଟେ ଜାଗୃତି ଏକଥା ବି କହିଥିଲେ ଯେ, ଅନୁଭବ ଜଣେ ଭଲ ମଣିଷ। ସେ ଜଣେ ଫ୍ୟାମିଲି ମ୍ୟାନ୍। ଆଙ୍କର କହିଲେ ଦୁହେଁ ରାଜି , କିନ୍ତୁ ବାସ୍ ଖାଲି କହିବାକୁ ଚାହୁଁ ନାହାନ୍ତି।  ଏକଥା ଉପରେ  ଅନୁଭବ ଓ ଜାଗୃତି ହସି ଦେଇଥିଲେ। ଏହି ପୋଡ୍ କାଷ୍ଟ ପରେ ଦୁହେଁ ସଂପର୍କକୁ ଗ୍ରୀନ୍ ସିଗନାଲ୍ ଦେଇଥିବା ଏକ ପ୍ରକାରର ଚର୍ଚ୍ଚା ହେଉଥିଲା। ଆଉ କିଛି ପୋଡକାଷ୍ଟରେ ଜାଗୃତି କହିଥିଲେ ଯଦି ଓଡ଼ିଶା ଲୋକ ଚାହାନ୍ତି, ମୁଁ  ଓଡିଶାର ବୋହୂ ହୁଏ, ତାହେଲେ ଖୁବ୍ ଶୀଘ୍ର ନିଶ୍ଚୟ ହେବି। ଆଉ ବାହାଘର ପରେ ଏକାଠି ଦୁହେଁ ପୋଡକାଷ୍ଟରେ ନଜର ଆସିବେ ବୋଲି ଜାଗୃତି କହିଥିଲେ।  ଯେଉଁ ଗପ ସବୁ  ଏବେ ସତ ହେବାକୁ ଯାଉଛି...

ଏପ୍ରିଲ 6ରେ ନିର୍ବନ୍ଧ ଓ  ମାର୍ଚ୍ଚ ୧୧ ରେ ବାହାଘର। ବିଶେଷ୍ ସୂତ୍ରରୁ ଏମିତି ଖବର ମିଳିଛି। ଅନ୍ୟପକ୍ଷରେ ଆଉ କିଛି ଫ୍ୟାନ୍‌ ଏପ୍ରିଲ୍‌ ୧ ରେ ବାହାଘର ଓ ୪ରେ ଭୋଜି ହେବ ବୋଲି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରୁଛନ୍ତି । ଏମିତିକି   ହଲଗୀ, ମେହେନ୍ଦୀ, ବାହାଘର  ଓ ଭୋଜି ଇତ୍ୟାଦି ସବୁ କିଛି କାର୍ଯ୍ୟକ୍ରମ ଓଡିଶା ବାହାରେ  ହେବ ବୋଲି ବି କୁହାଯାଉଛି। କିନ୍ତୁ ଏ ସମ୍ପର୍କରେ ଉଭୟଙ୍କ ପ୍ରତିକ୍ରିୟା  ମିଳିପାରିନାହିଁ। ସେ ଯାହା ବି ହେଉ ସମସ୍ତଙ୍କୁ ସେକେଣ୍ଡ୍ ଚାନ୍ସ ମିଳିବା ଦରକାର। ଶୁଭେଚ୍ଛୁ ବା ଶୁଭାକାଂକ୍ଷୀ ହିସାବରେ ତାଙ୍କ ଆଗାମୀ ଜୀବନ ଶୁଖମୟ ହେଉ ବୋଲି  ଏତିକି କାମନା କରୁଛୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.