ନ୍ୟୁଜ୭ର ସାମ୍ବାଦିକା ଶିଲା ପଟ୍ଟନାୟକଙ୍କୁ ଭଦ୍ରକ ସାମ୍ବାଦିକ ଓ ପ୍ରଶାସକର ଶ୍ରଦ୍ଧାଞ୍ଜଳି

NEWS7
will-gold-become-cheaper-or-more-expensive-after-the-budget-check-it

ଭଦ୍ରକ: ନ୍ୟୁଜ୭ର ସାମ୍ବାଦିକା ଶିଲା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଦୀପ ଦାନ ସହ ନୀରବ ପ୍ରାର୍ଥନା କରାଯାଇଛି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଏକ ଶୋକ ସଭା ଆୟୋଜିତ ହୋଇଛି ।

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନ୍ୟୁଜ୭ର ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଲୋକ ସମ୍ପର୍କ ଅଧିକାରିଣୀ ମଧୁସ୍ମିତା ଶତପଥୀ, ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି, ନରେନ୍ଦ୍ର ସାମଲ, ସ୍ମୃତି ରଞ୍ଜନ ସାହୁଙ୍କ ସହ ବହୁ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ରହିଥିଲେ । ନ୍ୟୁଜ୭ର ସାମ୍ବାଦିକା ସ୍ବର୍ଗତ ଶିଲା ପଟ୍ଟନାୟକ ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦୀପ ଦାନ କରାଯାଇଛି । ପରେ ସମସ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ବର ପୁରୀ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନ୍ୟୁଜ ସେଭେନର ପ୍ରତିନିଧି ଶିଲା ପଟ୍ଟନାୟକଙ୍କର ଦେହାନ୍ତ ହୋଇଛି। ଶୀଲା ଏବଂ ଅନ୍ୟ ଜଣେ ମହିଳା ସିପିକା ପ୍ରିୟଦର୍ଶିନୀ ଏକ ସ୍କୁଟରରେ ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ ବସ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ତେବେ ଏହି ଘଟଣା ପରେ ରାଜପଥରେ ପଡିଥିବା ବାଲିକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସାମ୍ବାଦିକତାରେ ଏକ ନିଆରା ପରିଚୟ ସୃଷ୍ଟି କରିଥିଲା ଶିଲା ପଟ୍ଟନାୟକ।