ବର୍ମିଂହାମ ଟେଷ୍ଟ ଖେଳିବେ କି ନାହିଁ ବୁମରା ? ଚିନ୍ତା ବଢାଇଲା ଅଧିନାୟକ ଗିଲ୍‌ଙ୍କ ଜବାବ

Published By : Prameya-News7 Bureau | July 01, 2025 IST

ନୂଆଦିଲ୍ଲୀ: ଭାରତ ବନାମ ଇଂଲଣ୍ଡ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଖେଳିବେ କି ନାହିଁ ? ଏହି ପ୍ରଶ୍ନ ଗତ ଅନେକ ଦିନ ଧରି ଭାରତୀୟ ଦଳର ପ୍ରଶଂସକ ମନରେ ଘୁରି ବୁଲୁଛି। ବୁମରାଙ୍କୁ କାର୍ଯ୍ୟଚାପ କାରଣରୁ ବର୍ମିଂହାମ ଟେଷ୍ଟରେ ବିଶ୍ରାମ ଦିଆଯିବାର ସମ୍ଭାବନା ରହିଛି। ବୁମରା ସିରିଜର ୫ଟି ଟେଷ୍ଟରୁ କେବଳ ୩ଟି ଖେଳିବେ। ହେଲେ ଭାରତୀୟ ଦଳ ଏ ପର୍ଯ୍ୟନ୍ତ ସ୍ଥିର କରି ନାହିଁ ଯେ ବୁମରା ଇଂଲଣ୍ଡ ବିପକ୍ଷରେ କେଉଁ ତିନୋଟି ମ୍ୟାଚ୍ ଖେଳିବେ। ବର୍ମିଂହାମରେ ବୁଧବାରଠୁ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟ ପୂର୍ବରୁ ମଙ୍ଗଳବାର ଅଧିନାୟକ ଶୁଭମନ ଗିଲ୍‌ ବୁମରାଙ୍କ ଖେଳିବା ନେଇ ପ୍ରତିକ୍ରିୟା ଦେଇଛନ୍ତି। ତେବେ ତାଙ୍କର ଉତ୍ତର ଦଳର ଚିନ୍ତାକୁ ବଢାଇ ଦେବା ପରି ରହିଛି।

ଗିଲ୍ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବୁମରା ବର୍ମିଂହାମ ଟେଷ୍ଟ ପାଇଁ ଉପଲବ୍ଧ ଅଛନ୍ତି। ମାତ୍ର ସେ ଖେଳିବେ କି ନାହିଁ ତାର ନିଷ୍ପତ୍ତି ପିଚ୍ ଦେଖି ନିଆଯିବ। ଆମେ ଏହା ଦେଖିବୁ ଯେ ଆଗାମୀ ଟେଷ୍ଟ ମ୍ୟାଚ୍‌ରେ ତାଙ୍କର କାର୍ଯ୍ୟଚାପକୁ କେମିତି ପରିଚାଳନା କରାଯିବ। ଆମେ ସଠିକ୍ ସଂଯୋଜନା ସହ ପଡ଼ିଆକୁ ଓହ୍ଲାଇବାକୁ ଚେଷ୍ଟା କରିବୁ। ଯଦ୍ଵାରା ଆମେ ୨୦ ଓ୍ଵିକେଟ୍ ନେବା ସହ ପିଚ୍‌କୁ ଦେଖି ରନ ଯେମିତି କରି ପାରିବୁ। ସବୁ ପିଚ୍‌କୁ ଦେଖି ଅନ୍ତିମ ସମୟରେ ବୁମରାଙ୍କ ଖେଳିବା ନେଇ ନିଷ୍ପତ୍ତି ନେବୁ। 

Also read: ସଞ୍ଜୁ ସାମସନ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ? ଡିଲ୍ ପାଇଁ ରାଜି CSK

ଗିଲ୍ ଏହା ମଧ୍ୟ କହିଛନ୍ତି, ଦଳକୁ ଏହା ବେଶ ଭଲ ଭାବେ ଜଣା ଥିଲା ଯେ, ବୁମରା କେବଳ ତିନୋଟି ମ୍ୟାଚ୍ ଖେଳିବେ। ଯଦି ନିଜର ସର୍ବଶ୍ରେଷ୍ଠ ବୋଲର ଖେଳୁ ନାହାନ୍ତି ତେବେ ନିଶ୍ଚିତ ଭାବେ ତାଙ୍କର ଅନୁପସ୍ଥିତି ନିଶ୍ଚିତ ଭାବେ ଅନୁଭୂତ ହେବ। ଆମେ ସିରିଜ୍ ଆରମ୍ଭରୁ ଏହା ସ୍ଥିର କରି ନେଇଥିଲୁ ଯେ, ଯଦି ବୁମରା ଖେଳିବେ ନାହିଁ ତେବେ ତାଙ୍କ ସ୍ଥାନରେ କିଏ ଖେଳିବେ। ଏହା ମୁସ୍କିଲ ନିଷ୍ପତ୍ତି, ମାତ୍ର ଆମେ ଯେଉଁ ୧୫-୧୬ ଖେଳାଳି ଚୟନ କରିଛୁ ସେମାନେ ଭାରତ ପାଇଁ ସର୍ବଶ୍ରେଷ୍ଠ ଖେଳାଳି। ଦଳରେ ଚୟନ ହୋଇଥିବା ବୋଲର ଭଲ ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ତ ସେମାନଙ୍କର ଚୟନ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.