ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାହୁଡା ଯାତ୍ରା ସମୀକ୍ଷା ଓ ସେବାୟତଙ୍କ ସହ ଆଲୋଚନା

Published By : Prameya-News7 Bureau | July 01, 2025 IST

ପୁରୀ ୦୧/୦୭: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାହୁଡ଼ାଯାତ୍ରା ନେଇ କରିବେ ସମୀକ୍ଷା । ସେବାୟତଙ୍କ ସହ ଆଲୋଚନା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଯୋଗଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦଳଚକଟା ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ । ଘଟଣାକୁ ନେଇ ମଧ୍ୟ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଥାଉକି, ରଥଯାତ୍ରା ଦିନ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ୩ ଜଣ ଭକ୍ତଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ତେବେ ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ଦୁଃଖ ଦେଇଥିଲା । ତେବେ ଏହି ଘଟଣା ପରେ ସରକାର ଅବ୍ୟବସ୍ଥା କହି ଘେରିଥିଲେ ବିରୋଧୀ । ଏହି ଘଟଣା ପରେ ଏବେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ପୁରୀ ଗସ୍ତରେ ଯାଇଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.