ସ୍ବାମୀକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେଇଥିଲା ସ୍ତ୍ରୀ, ତଦନ୍ତ ପରେ ଦୋଷ ସ୍ବୀକାର କଲା ଅଭିଯୁକ୍ତ

Published By : Prameya-News7 Bureau | August 17, 2025 IST

ସୁନ୍ଦରଗଡ଼ ୧୭।୮: ଘରୋଇ କଳହକୁ ନେଇ ସ୍ୱାମୀକୁ ହତ୍ୟା କରିବା ପରେ ଗିରଫ ଭୟରେ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର । ହତ୍ୟା ପରେ ଜଣେ ପୁରୁଷ ବନ୍ଧୁ  ସହଯୋଗୀ ସହ ମିଶି  ଆତ୍ମହତ୍ୟାର ରୂପ ଦେବାକୁ କରିଥିଲା ପ୍ଲାନ୍ । ତଦନ୍ତ ପରେ ସ୍ତ୍ରୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କଲା ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାମ ପଞ୍ଚାୟତର ଢେଙ୍ଗୁରପାଣି ଗ୍ରାମ ତୁରୀଟୋଲି ଅଞ୍ଚଳରେ । ମୃତକ ଜଣକ ୫୮ ବର୍ଷୀୟ ବାବୁଲାଲ ଲାକ୍ରା ହୋଇଥିବା ବେଳେ ହତ୍ୟା ଅଭିଯୁକ୍ତ ସ୍ତ୍ରୀ ହେଲେ    ସିଂଘି ଲାକ୍ରା ।

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ମାଛ ତରକାରୀକୁ ନେଇ ଉଭୟ ସ୍ୱାମୀ ବାବୁଲାଲ ଲାକ୍ରା ଓ ସ୍ତ୍ରୀ ସିଂଘିଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ଝଗଡା ଉଗ୍ରରୂପ ନେଇଥିଲା । ଏହାପରେ ସ୍ତ୍ରୀ ସିଂଘି ଘରେ ପଡିଥିବା ଏକ ଫାର୍ସାରେ ସ୍ୱାମୀ ବାବୁଲାଲର ମୁଣ୍ଡ ଏବଂ ବେକରେ ଆଘାତ ଲାଗିଥିଲା । ଯାହା ଫଳରେ ବାବୁଲାଲ ଅଚେତ ହୋଇ ପଡି ଯାଇଥିଲେ । ସ୍ୱାମୀ ମରି ଯାଇଥିବା ଭାବି ସ୍ତ୍ରୀ ସିଂଘି ଅନ୍ୟ ଜଣେ ପୁରୁଷ ସହଯୋଗୀ କୁନ୍ଦ। ସହ ମିଶି ସ୍ୱାମୀଙ୍କ ବେକରେ ରଶି ଲଗାଇ ରାତିରେ ଘର ବାହାରେ ଥିବା ଏକ ଆମ୍ବ ଗଛରେ ଟାଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେଇଥିଲା ।  ୧୦ ତାରିଖ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପରବର୍ତ୍ତୀ ସମୟରେ ମୃତ ବାବୁଲାଲଙ୍କ ଝିଅ ଓ ଜ୍ୱାଇଁଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ବେଳେ ଅଭିଯୁକ୍ତ ସ୍ତ୍ରୀ ସିଂଘି ନିଜ ଦୋଷ ସ୍ୱୀକାର କରିଥିଲା । 

ଘଟଣାସ୍ଥଳରେ ପୋଲିସ ରିକ୍ରିଏସନ କରିବା ପରେ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାକୁ ରୂପାନ୍ତରିତ କରି ହତ୍ୟାକାଣ୍ଡ ବ୍ୟବହୃତ ଫାର୍ସା ଓ ରଶିକୁ ଜବତ କରିବା ସହ ଅଭିଯୁକ୍ତ ସ୍ତ୍ରୀ ସିଂଘିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ  ପୁରୁଷ ସହଯୋଗୀ   ଫେରାର ଥିବାବେଳେ ପୋଲିସ ତାକୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଛି ।

You Can Read:

ଦୁର୍ଘଟଣାରେ ଭାଙ୍ଗିଗଲା ‘ଚନ୍ଦ୍ରତାରା’, ଗାଡ଼ିରେ ଥିଲେ ୧୦ରୁ ଅଧିକ ଯାତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.