ଲୋକଙ୍କ ପାଇଁ କାମ କରିବାକୁ କଂଗ୍ରେସ ପ୍ରାର୍ଥୀଙ୍କୁ ଟାର୍ଗେଟ୍, ପ୍ରତି ମାସରେ ଦେବେ ରିପୋର୍ଟ

Published By : Prameya-News7 Bureau | August 17, 2025 IST

ଭୁବନେଶ୍ବର ୧୭।୮: କଂଗ୍ରେସର ୧୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ୬ ମାସିଆ କଣ୍ଟ ଦେଲା ଦଳ । ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଇଁ କାମ କରିବାକୁ ଟାର୍ଗେଟ୍ ଓ ଗାଇଡ଼ଲାଇନ । ପ୍ରତି ମାସରେ ଏହାର ସମୀକ୍ଷା ହେବ। ୨୦ ଦିନ ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟ କରିବେ ପ୍ରାର୍ଥୀ । ପ୍ରତି ମାସରେ ପ୍ରାର୍ଥୀ ରିପୋର୍ଟ ଦେବେ । ୬ ମାସରେ ପିସିସି କରିବ ବଡ଼ ସମୀକ୍ଷା । ଏହି ଆଧାରରେ କଂଗ୍ରେସ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳୀୟ ପ୍ରଭାରୀ ଓ ପିସିସି ସଭାପତିଙ୍କ ନିର୍ଦ୍ଦେଶ । 

ଭୋଟ୍ ଚୋରି, ସମ୍ବିଧାନ ବଞ୍ଚାଅ ପ୍ରସଙ୍ଗ ଓ ରାହୁଲଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଅ । ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ସହ ଯୋଡି ହୁଅ । ପଞ୍ଚାୟତ ନିର୍ବାଚନରେ ଭୋଟ୍ ପ୍ରତିଶତ ବଢାଇବା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ର ବିଜେପି ସରକାରର ବିଫଳତାକୁ ଘରେ ଘରେ ପହଞ୍ଚାଇବାକୁ ପ୍ରଭାରୀ ଓ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସ ଯେଉଁ ଲଢେଇ କରୁଛି ସେ କଥା ବି ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଛି । ହାରିବା ପରେ ବି ପ୍ରାର୍ଥୀଙ୍କ କେତେ ଲୋକପ୍ରିୟତା ରହିଛି ତାହା ପରଖିବ ଦଳ । ଏଥିସହିତ ଲୋକଙ୍କ ପାଇଁ ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ସ୍ତରରେ ଲଢେଇ ବେଳେ ସରକାରୀ ଦଳ ପକ୍ଷରୁ ଅସୁବିଧା ଭୋଗିଲେ ପିସିସିର ଟିମ୍ ସମ୍ପୃକ୍ତ ପ୍ରାର୍ଥୀଙ୍କ ପଛରେ ଛିଡା ହେବ । ଏଥିପାଇଁ ଖୁବ୍‌ଶୀଘ୍ର ଟିମ୍ ଗଠନ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । 


You Can Read:

ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ରାଜନୀତିରେ ଚର୍ଚ୍ଚା ଜୋର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.