ନୂଆଦିଲ୍ଲୀ : ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଇଛନ୍ତି। ଖବର ଅନୁସାରେ, ମହିଳା ଜଣଙ୍କ ସ୍ୱାମୀଙ୍କ ଉପରେ ନପୁଂସକ ହେବାର ଅଭିଯୋଗ ଲଗେଇଛନ୍ତି। ଏହାସହ ୫ କୋଟି ଟଙ୍କା ଦାବି କରିଛନ୍ତି। ଏପଟେ , ସ୍ୱାମୀ ପତ୍ନୀ ଓ ତାଙ୍କର ସଂପର୍କୀୟଙ୍କ ବିରୋଧରେ ମାରପିଟି ଓ ଅତ୍ୟାଚାର କରିବାର କେସ୍‌ ରୁଜୁ କରାଇଛନ୍ତି। ବର୍ତ୍ତମାନ ମାମଲାର ତଦନ୍ତ ଜାରି ରହିଛି।

ମିଡ଼ିଆ ରିପୋର୍ଟ ଅନୁସାରେ, ଏଫଆଇଆର ରୁଜୁ କରାଇ ଥିବା ୩୫ ବର୍ଷିୟ ଏହି ବ୍ୟକ୍ତି ବେଙ୍ଗାଲୁରୁର ଗୋବିନ୍ଦାରାଜନଗରରେ ରୁହନ୍ତି। ତାଙ୍କର ୫ ମେ’ରେ ବାହାଘର ହୋଇଥିଲା। ବିବାହ ପରେ ସେ ତାଙ୍କ ପତ୍ନୀଙ୍କ ସହ ସପ୍ତଗିରି ପ୍ୟାଲେସ୍‌ରେ ରହୁଥିଲେ। ଖବର ଅନୁସାରେ , ସ୍ୱାମୀ କହୁଛନ୍ତି ,ବାହାଘରର ତିନି ମାସ ପରେ ପତ୍ନୀ ତାଙ୍କ ଉପରେ ନପୁଂସକ ହେବାର ସନ୍ଦେହ କରୁଛନ୍ତି ଏବଂ ଜୋରଦବରଦସ୍ତ ମେଡିକାଲ ପରୀକ୍ଷା କରାଇଛନ୍ତି, କାରଣ ସେ ବିବାହ ପରେ ଶାରୀରିକ ସଂପର୍କ ରଖି ପାରି ନଥିଲେ।

ବ୍ୟକ୍ତି ଜଣଙ୍କ ଦାବି ପୂର୍ବକ କହିଛନ୍ତି - ଡାକ୍ତରମାନେ ଏହା ସ୍ପଷ୍ଟ କରିଛନ୍ତି ଯେ, ସେ ଶାରୀରିକ ସମ୍ୱନ୍ଧ ରଖିବାରେ ଶାରୀରିକ ଭାବେ ସୁସ୍ଥ। ଡାକ୍ତର ଏହି ସମସ୍ୟାର କାରଣ ମାନସିକ ଚିନ୍ତା ବୋଲି କହିବା ସହ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ମହିଳା ଜଣଙ୍କ ଅଭିଯୋଗ ଆଧାରରେ ୨କୋଟି ଟଙ୍କା ଦାବି କରିଛନ୍ତି। ତାଙ୍କ କହିବାନୁସାରେ ସ୍ୱାମୀ ବିବାହ ପରେ ପ୍ରତିଶ୍ରୁତି ପୂରଣ କରି ପାରି ନାହାନ୍ତି।

ଅନ୍ୟପଟେ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀ ଓ ତାଙ୍କର ସଂପର୍କୀୟଙ୍କ ଉପରେ , ୧୭ ଅଗଷ୍ଟରେ ଧରେ ପଶି ମାରିପିଟି କରିବାର ଅଭିଯୋଗ ଲଗେଇଛନ୍ତି। ତାଙ୍କ ପରିବାର ସହ ମଧ୍ୟ ଝଗଡ଼ା ମାରପିଟି କରିଛନ୍ତି । ଏହାପରେ ସେ ପୁଲିସରେ ଅଭିଯୋଗ ରୁଜୁ କରାଇ ଥିଲେ।