ବିଜେପି ବିଧାୟକ ପ୍ରାର୍ଥୀ ସୀତାଂଶୁଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ତ୍ରୀ ଅମୃତା, ଘର ଘର ବୁଲି ସ୍ବାମୀଙ୍କ ପାଇଁ ମାଗୁଛନ୍ତି ଭୋଟ୍‌

Published By : Prameya-News7 Bureau | May 15, 2024 IST

ଭଦ୍ରକ ୧୫।୫: ଜୋରସୋରରେ ଚାଲିଛି ପ୍ରଚାର । ସମୟ ସହ ତାଳ ଦେଇ ପ୍ରଚାର ଜୋର ଧରିଛି । କର୍ମୀ ସମ୍ମିଳନୀ, ବାଇକ ଶୋଭଯାତ୍ରା, ଡୋର କ୍ୟାମ୍ପେନ ମଧ୍ୟ ଚାଲିଛି । ଏମିତି କି ପ୍ରାର୍ଥୀ ଓ ସମର୍ଥକଙ୍କ ସହ ପୁରା ପରିବାର ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି ।

ଭଦ୍ରକ ବିଧାନସଭା ଆସନ ପାଇଁ ବିଜେପିର ବିଧାୟକ ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି । ତାଙ୍କ ସ୍ତ୍ରୀ ଅମୃତା ପ୍ରୀତମ ମହାପାତ୍ର ମଧ୍ୟ ସ୍ୱାମୀଙ୍କ ସହ ଓ ଅନେକ ସମୟରେ ନିଜେ ଡୋର୍ କ୍ୟାମ୍ପେନ କରୁଛନ୍ତି । ସେ କହିଛନ୍ତି ଯେ, ୧୦ ବର୍ଷ ହେବ ସ୍ୱାମୀଙ୍କ ସହ ସମାଜସେବାରେ ଥିଲି । ଏଥର ନିର୍ବାଚନରେ ସ୍ୱାମୀ ପ୍ରାର୍ଥୀ ହେବା ପରେ ନୂଆ ପ୍ଲାଟଫର୍ମ ମିଳିଛି । ଆଗାମୀ ସମୟରେ ଲୋକେ ସ୍ୱାମୀଙ୍କ ଉପରେ ଆସ୍ଥା ରଖିବେ ବୋଲି ସେ କହିଛନ୍ତି ।

ସେପଟେ ସୀତାଂଶୁ କହିଛନ୍ତି ଯେ, ତାଙ୍କ ପରିବାର ସବୁବେଳେ ସେବା ପାଇଁ କାର୍ଯ୍ୟ କରୁଛନ୍ତି । ନିର୍ବାଚନ ସମୟରେ ପୁରା ପରିବାର ତାଙ୍କ ସହ ରହିଛନ୍ତି ଓ ପ୍ରଚାରରେ ସାମିଲ ହୋଇଛନ୍ତି । 

You Can Read :

ବିଜେଡି ଛାଡି ବିଜେପିରେ ମିଶିଲେ ଚରମ୍ପା ସରପଞ୍ଚଙ୍କ ସହ ୫ ଶହରୁ ଅଧିକ କର୍ମୀ

 

  • odisha news
  • odisha
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.